ଭୁବନେଶ୍ୱର : ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ୬ଜଣ କର୍ମଚାରୀ କରୋନାରେ ସଂକ୍ରମିତ । ହସ୍ପିଟାଲକୁ ୨୪ଘଣ୍ଟା ପର୍ଯ୍ୟନ୍ତ ବନ୍ଦ କଲେ କର୍ତ୍ତୃପକ୍ଷ । ଏମର୍ଜେନି୍ସ ଛଡ଼ା ଆଉଟଡୋର, ଇନ୍ଡୋର ସେବାକୁ ବନ୍ଦ କରାଯାଇଛି । ଟିକାକରଣ କେନ୍ଦ୍ରକୁ ବାହାରେ ଷ୍ଟଲ ପକାଇ ଜାରି। ଏ ନେଇ ମେଡିକାଲ ଅଫିସର ନମିତା ପଣ୍ଡା ସୂଚନା ଦେଇଛନ୍ତି । ମେଡିକାଲ ବନ୍ଦ ରଖିବା ସହ ସାନିଟାଇଜ୍ ବି କରାଯାଇଛି । ଆଜି ଠାରୁ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ଗଜପତି ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବନ୍ଦ କରାଯାଇଛି । ଟିକାକରଣ କେନ୍ଦ୍ରକୁ ବାହାରେ ଷ୍ଟଲ ପକାଇ ଜାରି ରଖାଯିବ ବୋଲି ଜଣାପଡ଼ିଛି ।
ରାଜ୍ୟରେ ୧୦ ହଜାର ଟପିଲା ସଂକ୍ରମିତଙ୍କ ସଂଖ୍ୟା, ଖୋର୍ଦ୍ଧାରେ ସ୍ଥିତି ଭୟଙ୍କର