27.1 C
Bhubaneswar
Thursday, December 26, 2024
Homeଓଡିଶାନିମ୍ନମାନର ରାସ୍ତାନିର୍ମାଣ କାମର ପ୍ରତିବାଦ କରି ଫସିଲେ ଗ୍ରାମବାସୀ ବଟି ମାଗିବା ଏବଂ ଜାତିଆଣ...

ନିମ୍ନମାନର ରାସ୍ତାନିର୍ମାଣ କାମର ପ୍ରତିବାଦ କରି ଫସିଲେ ଗ୍ରାମବାସୀ ବଟି ମାଗିବା ଏବଂ ଜାତିଆଣ ଆକ୍ଷେପ ଅଭିଯୋଗ କଲେ ଠିକାଦାରଙ୍କ ଲେବର ଠିକାଦାର ,ଚାରି ଗିରଫ

ମୟୁରଭଞ୍ଜ: ଆସିଲେ, ଆମକୁ ଟଣା ଓଟରା ବି କଲେ, ଆମେ ପଚାରିବାରୁ କହିଲେ, ତୁମ ବାବୁଙ୍କୁ କୁହ ବଟି ଦେବେ I ହଁ ଆଜ୍ଞା, ଏମିତି ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଅଧୀନ ଭୋଳାଗଡ଼ିଆ ଗ୍ରାମରେ I ସୂଚନା ମୁତାବକ ସେଠାରେ ଏକ ପୋଲ କାମ ଚାଲିଥିବା ବେଳେ ସେହି ଗ୍ରାମର ପ୍ରଧାନ ମହାନ୍ତ, ଚନ୍ଦନ ମହାନ୍ତ,ପୁତୁଲ ମହାନ୍ତ, ବାପି ମହାନ୍ତ ଗ୍ରାମବାସୀଙ୍କ ସହ ଆସି କାର୍ଯ୍ୟ କରୁଥିବା ଲୋକଙ୍କୁ ଚାନ୍ଦା ମାଗିଥିଲେ I

ଚାନ୍ଦା ନଦେବାରୁ ସେମାନେ କାର୍ଯ୍ୟରତ ଥିବା ଏକ ଶ୍ରମିକଙ୍କୁ ନିସ୍ତୁକ ମାଡ଼ ମାରିବା ସହିତ ଲେବର ଠିକାଦାର ଚନ୍ଦନ ରାମଙ୍କୁ ମଧ୍ୟ ମାରଣାତ୍ମକ ଆକ୍ରମଣ କରଥିଲେ ବୋଲି ଲିଖିତ ଅଭିଯୋଗରେ ଏତେଲାକାରୀ ଦର୍ଶାଇଛନ୍ତି I ତେବେ ଚନ୍ଦନ ରାମ ଜଣେ ହୃଦରୋଗୀ ବୋଲି ଜାଣିବି ତାଙ୍କୁ ମଧ୍ୟ ଆକ୍ରମଣ କରିବାକୁ ପଛାଇ ନଥିଲେ ଦୁର୍ବୁତ୍ତ l

ସେହିପରି ଘଟଣାସ୍ଥଳରେ ଉପସ୍ଥିତ ଅନ୍ୟ ମହିଳା ଶ୍ରମିକମାନେ ଏହାକୁ ବାରଣ କରିବାରୁ ସେମାନଙ୍କୁ ମଧ୍ୟ ଦୁର୍ବୃତମାନେ ଛାଡିନଥିଲେ I ସେମାନଙ୍କ ଶାଢ଼ୀ ଚିରିବା ସହ ନାନାଦି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ଜାତି ଉଠାଇ ଗାଳି ଦେବାର ଅଭିଯୋଗ ଆଣିଛନ୍ତି ମହିଳା ଶ୍ରମିକମାନେ I ତେବେ ଏନେଇ ମୋରଡା ଥାନାରେ 113/23ରେ ମାମଲା ରୁଜ୍ଜୁ ହେବା ପରେ ମୋରଡା ଥାନା ଅଧିକାରୀ ପଦ୍ମଲୋଚନ ପାଣିଗ୍ରାହୀ ଘଟଣାସ୍ଥଳରେ ପହଞ୍ଚି ଚାରି ଅଭିଯୁକ୍ତ ପ୍ରଧାନ ମହାନ୍ତ, ଚନ୍ଦନ ମହାନ୍ତ,ପୁତୁଲ ମହାନ୍ତ, ବାପି ମହାନ୍ତଙ୍କୁ ଗିରଫ କରି ମୋରଡ଼ା ଥାନା ପୋଲିସ କୋର୍ଟ ଚାଲାଣ କରିଥିବା ଜଣାପଡିଛି l

ଅନ୍ୟପଟେ ଗ୍ରାମବାସୀ ଅଭିଯୋଗ କରି କହିଛନ୍ତି ଗ୍ରାମ୍ୟ ଉନ୍ନୟନ ବିଭାଗ ତତ୍ତ୍ୱାବଧାନରେ ଏଠାରେ ଚାଲିଥିବା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅଧୀନରେ ହେଉଥିବା ନୂତନ ରାସ୍ତା ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହେଉଥିବା ସହିତ ବନ୍ଧ ମୁଣ୍ଡରେ ହେଉଥିବା କଲଭର୍ଟ ନିର୍ମାଣ ସ୍ଥଳରେ ବିକଳ୍ପ ବ୍ୟବସ୍ଥା ଠିକାଦାର କରିନଥିବାରୁ ଗ୍ରାମବାସୀଙ୍କ ଯାତାୟାତରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ତେବେ ମିଳିତ ଭାବେ ଗ୍ରାମବାସୀ ନିମ୍ନମାନର ନିର୍ମାଣ କାର୍ଯ୍ୟ ସହ ଏହି ଅବ୍ୟବସ୍ଥାର ପ୍ରତିବାଦ କରିଥିଲେ। କାରଣ ସ୍ଥାନୀୟ ଅଞ୍ଚଳର ମୁଖ୍ୟାଳୟ ଚିତ୍ରଡା, ମୋରଡ଼ାକୁ ଯିବା ପାଇଁ ଏହା ଏକମାତ୍ର ରାସ୍ତା।ଯୋଉଥିପାଇଁ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ରାସ୍ତାରେ କଲଭର୍ଟ ନିର୍ମାଣ ପୂର୍ବରୁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବା ଆବଶ୍ୟକତାକୁ ଠିକାଦାର ଏବଂ ବିଭାଗୀୟ ଯନ୍ତ୍ରୀ ଅଣଦେଖା କରି ସ୍ଥାନୀୟ ଲୋକମାନଙ୍କ ପାଇଁ ସମସ୍ୟାର କାରଣ ସୃଷ୍ଟି କରିଛନ୍ତି। ଏହାର ସମୂହ ପ୍ରତିବାଦ କରିଥିଲେ ଗ୍ରାମବାସୀ ବୋଲି ଆଲୋଚନା ହେଉଛି।

ହେଲେ ଏଭଳି ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା କୌଣସି ପକ୍ଷ କରିନଥିଲେ କିନ୍ତୁ ଉପସ୍ଥିତ ଲେବର ଠିକାଦାର, ଲେବର ଓ ଗ୍ରାମବାସୀଙ୍କ ମଧ୍ୟରେ ଯୁକ୍ତିତର୍କ ହେଉ ହେଉ ପରିସ୍ଥିତି ଉଗ୍ର ହୋଇଥିଲା। ମାତ୍ର କାର୍ଯ୍ୟସ୍ଥଳରେ ଠିକାଦାର କିମ୍ବା ବିଭାଗୀୟ ଯନ୍ତ୍ରୀ ଉପସ୍ଥିତ ରହିଥିଲେ ପରିସ୍ଥିତି ନିୟନ୍ତ୍ରଣ ସମ୍ଭବ ହୋଇଥାନ୍ତା। ହେଲେ ପ୍ରାୟତଃ ନିର୍ମାଣ କାର୍ଯ୍ୟ ଠିକାଦାର ଏବଂ ବିଭାଗୀୟ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ହେଉଥିବାରୁ ନିର୍ଦ୍ୱନ୍ଦରେ ନିମ୍ନମାନର କାର୍ଯ୍ୟ କରିବାର ସୁଯୋଗ ସୃଷ୍ଟି ହେଉଛି। ଆଉ ପ୍ରତିବାଦ ହେଲେ ଠିକାଦାର ଇସାରାରେ କାର୍ଯ୍ୟରତ ଶ୍ରମିକ ହେଉକି ଠିକାଦାରଙ୍କ କର୍ମଚାରୀଙ୍କ ପକ୍ଷରୁ ଜାତିଆଣ ଆକ୍ଷେପ ସହ ଚାନ୍ଦା ମାଗୁଥିବା ଅଭିଯୋଗ କରି ଅଭିଯୋଗକାରୀଙ୍କୁ ଭୟଭୀତ କରାଯିବା ଘଟଣା ଆଜିର ଦିନରେ କାହାକୁ ଅଛପା ନାହିଁ।

ଆଉ ଏଭଳି ପଦକ୍ଷେପ ଦ୍ଵାରା ଅଭିଯୋଗକାରୀଙ୍କୁ ପ୍ରଭାବିତ କରି ଭୟଭୀତ କରି ଚାପଗ୍ରସ୍ତ କରି ଯନ୍ତ୍ରୀଙ୍କ ସହ ସଲାସୁତୁରାରେ ମନମୁଖୀ ନିର୍ମାଣ କାର୍ଯ୍ୟ କରି ସରକାରୀ ଅର୍ଥ ହରିଲୁଟ କରିବାର ସହଜ ଏବଂ ସରଳ ଉପାୟ ଭାବେ ଗ୍ରହଣ କରି ନେଇଛନ୍ତି। ତେଣୁ ଏଭଳି ସ୍ଥିତିର ଉପଯୁକ୍ତ ତର୍ଜମା ସହ ମାମଲା ରୁଜୁ ହେବାର ଆବଶ୍ୟକତା ରହିଛି। ହେଲେ ଅଭିଯୋଗ ଭିତ୍ତିରେ ମାମଲା ରୁଜୁ ପରେ ତଦନ୍ତ ପାଇଁ ମୋରଡ଼ା ଥାନାରେ ପହଞ୍ଚିଥିଲେ ଏସଡ଼ିପିଓ,ବେତନଟୀ। ଆଉ ମିଛ ଅଭିଯୋଗ ହୋଇଥିବା ଦର୍ଶାଇ ଗ୍ରାମର ମହିଳାମାନେ ଥାନା ପରିସରରେ ପହଞ୍ଚି ଏସଡ଼ିପିଓଙ୍କ ଗାଡି ଆଗରେ ଛିଡା ହୋଇ ଅଟକ ରଖିଥିଲେ।

ଯାହାକୁନେଇ ଥାନା ପରିସରରେ କିଛି ସମୟ ପାଇଁ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ ଏଠାରେ ପ୍ରଶ୍ନ ଉଠୁଛି ସରକାରୀ ବ୍ୟବସ୍ଥାରେ ପୋଲିସର ଭୂମିକା କଣ ? କେବଳ ଅଭିଯୋଗ ଆଧାରରେ ମାମଲା ରୁଜୁ କରି ନିଜର ଦାୟିତ୍ବ ସମ୍ପାଦନ କରିବା ନା ଘଟଣାର ନିରପେକ୍ଷ ତଦନ୍ତ କରି ଆଇନଗତ ପଦକ୍ଷେପ ନେବା ବୋଲି ଆଲୋଚନା ହେଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking