19.1 C
Bhubaneswar
Friday, November 22, 2024
HomeଓଡିଶାOBC/SEBC, SC & ST ସଂରକ୍ଷଣ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ପତ୍ର

OBC/SEBC, SC & ST ସଂରକ୍ଷଣ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ପତ୍ର

ପ୍ରିୟ ମୁଖ୍ୟମନ୍ତ୍ରୀ,
ମାନ୍ୟବର ସୁପ୍ରିମ୍‌କୋର୍ଟ ଉଚ୍ଚବର୍ଗର ଆର୍ଥିକ ଦୁର୍ବଳ ଶ୍ରେଣୀ (EWS)ଙ୍କୁ ଉଭୟ ଚାକିରୀ ଓ ଶିକ୍ଷା କ୍ଷେତ୍ରରେ ୧୦% ସଂରକ୍ଷଣ ବ୍ୟବସ୍ଥା ସପକ୍ଷରେ ରାୟ ଦେଇଛନ୍ତି । ଏହା ଦ୍ୱାରା ସମୁଦାୟ ସଂରକ୍ଷଣ ବ୍ୟବସ୍ଥା ୫୦%ରୁ ଅଧିକ ହେବାର ବାଟ ଖୋଲିଗଲା । କେନ୍ଦ୍ରସରକାରଙ୍କ ନିଷ୍ପତି ପରେ ପରେ ଆପଣଙ୍କ ସରକାର EWS Quotaକୁ ରାଜ୍ୟରେ ତତ୍‌କ୍ଷଣାତ ଡ଼ାକ୍ତରୀ ଓ ଇିନିୟରଂ ଶିକ୍ଷାରେ ନାମଲେଖା ଆରମ୍ଭ କରିଦେଇଛନ୍ତି । ଯଦିଓ କେନ୍ଦ୍ରସରକାର ଓ ଅନ୍ୟ ରାଜ୍ୟସରକାର ମାନେ ଗତ ୨୦ବର୍ଷରୁ ପଛୁଆବର୍ଗର (OBC / SEBC) ଛାତ୍ରଛାତ୍ରୀଙ୍କ ୨୭% ସଂରକ୍ଷଣ ଲାଗୁ କରିଛନ୍ତି କିନ୍ତୁ ଓଡ଼ିଶାରେ ଶିକ୍ଷା କ୍ଷେତ୍ରରେ ଏହି ବର୍ଗର ଛାତ୍ରଛାତ୍ରୀଙ୍କୁ ଆଦୌ ସଂରକ୍ଷଣ ଦିଆଯାଇ ନାହିଁ ।

ପଛୁଆବର୍ଗ ରାଜ୍ୟ ଲୋକସଂଖ୍ୟାର – ୫୪%, ଅନୁସୁଚିତ ଜାତି ଓ ଅନୁସୁଚିତ ଜନଜାତି – ୩୮.୫ %, ଉଚ୍ଚ ବର୍ଗଙ୍କ ସଂଖ୍ୟା ମାତ୍ର ୬ ପ୍ରତିଶତ । ଡ଼ାକ୍ତରୀ ଓ ଇିନିୟରଂ ଶିକ୍ଷାରେ ଦଳିତ ଓ ଆଦିବାସୀ ଛାତ୍ରଛାତ୍ରୀ ୩୮.୫% ସଂରକ୍ଷଣ ପାଇବା ପରିବର୍ତେ ପାଉଛନ୍ତି ମାତ୍ର ୨୦% । ଉଚ୍ଚବର୍ଗଙ୍କ ସଂଖ୍ୟା ମାତ୍ର ୬% କିନ୍ତୁ ସଂରକ୍ଷଣ ପାଉଛନ୍ତି – ୧୦% ନିଶ୍ଚିତ ଓ ଅସଂରକ୍ଷିତ ସିଟ୍‌ରୁ ପ୍ରାୟ ୬୦ ପ୍ରତିଶତ । ରାଜ୍ୟର ପଛୁଆବର୍ଗ (OBC / SEBC) ୫୪ ପ୍ରତିଶତ ଲୋକଙ୍କର ପିଲାମାନଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ ଅଦୌ ସଂରକ୍ଷଣ ନଦେବାର କାରଣ କଣ? କାହିଁକି ତାଙ୍କର ସାମ୍ବିଧାନିକ ଅଧିକାରରୁ ବଞ୍ଚିତ କରାଯାଇଛି ? ଆପଣଙ୍କୁ ଅନୁରୋଧ ମାନ୍ୟବର ସୁପ୍ରିମକୋର୍ଟଙ୍କ (EWS) ନିଷ୍ପତି ପରେ ତୁରନ୍ତ ରାଜ୍ୟରେ ପଛୁଆବର୍ଗ (OBC/ SEBC)ଙ୍କୁ ସେମାନଙ୍କ ସଂଖ୍ୟାନୁପାତରେ ୫୪ ପ୍ରତିଶତ ଉଭୟ ଚାକିରି ଓ ଶିକ୍ଷା (ଡ଼ାକ୍ତରୀ ଓ ଇିନିୟରଂ ଶିକ୍ଷା) ଇତ୍ୟାଦିରେ ସଂରକ୍ଷଣ କାର୍ଯ୍ୟକାରୀ କରାନ୍ତୁ ଏବଂ ଝଉ ଓ ଝଞ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ ୩୮.୫% ଲାଗୁ କରାନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking