27.1 C
Bhubaneswar
Saturday, June 22, 2024
Homeଦେଶ ବିଦେଶସମାଜବାଦୀ ପାର୍ଟିର ପୂର୍ବତନ ସଭାପତିଙ୍କ ଆତ୍ମହତ୍ୟା

ସମାଜବାଦୀ ପାର୍ଟିର ପୂର୍ବତନ ସଭାପତିଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମୁରାଦାବାଦରେ ସମାଜବାଦୀ ପାର୍ଟିର ପୂର୍ବତନ ସଭାପତି ଆତ୍ମହତ୍ୟା କରିଛନ୍ତି । ତାଙ୍କର ମୃତଦେହ ଘରର ଷ୍ଟୋର ରୁମରୁ ଉଦ୍ଧାର କରାଯାଇଛି। ପ୍ରକାଶିତ ରିପୋର୍ଟ ମୁତାବକ, ୫୫ବର୍ଷୀୟ ଡିପି ଯାଦବ ଶନିବାର ମଝୋଲା ଅଞ୍ଚଳରେ ବସବାସ କରୁଥିବା ବେଳେ ଘରର ଷ୍ଟୋର ରୁମରେ ପଶି ନିଜକୁ ଗୁଳି କରି ଜୀବନ ହାରି ଦେଇଛନ୍ତି। ପରିବାର ଲୋକେ ତାଙ୍କୁ ଖୋଜିଖୋଜି ଷ୍ଟୋର ରୁମରେ ପହଞ୍ଚିବା ପରେ ସେଠାରେ ଯାଦବଙ୍କ ରକ୍ତାକ୍ତ ଶରୀର ପଡ଼ିଥିବା ଦେଖି ପୁଲିସକୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ପହଞ୍ଚି ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଯାଞ୍ଚ ଆରମ୍ଭ କରିଛି ।
ଏହି ଘଟଣାକୁ ନେଇ ବରିଷ୍ଠ ପୁଲିସ ଅଧିକାରୀ ହେମରାଜଙ୍କ ସୂତ୍ରରୁ ପ୍ରକାଶ, ଡିପି ଯାଦବଙ୍କ ପରିବାରଲୋକ କହିଛନ୍ତି ମୃତକ ଅନେକଦିନ ହେବ ଚିନ୍ତାରେ ରହୁଥିଲେ। ଏହି କାରଣରୁ ସେ କାହା ସହିତ ବେଶୀ କଥା ହେଉ ନଥିଲେ କି କେଉଁଆଡେ ଯାଉ ନଥିଲେ। ଗୋଟିଏ ସ୍ଥାନରେ ଚୁପଚାପ ବସି ରହୁଥିଲେ। ଗତ ଶନିବାର ସମସ୍ତେ ଖାଇପିଇ ନିଜନିଜ କୋଠରିକୁ ଯାଇଥିଲେ। ଏହାପରେ ଯାଦବ ଷ୍ଟୋର ରୁମକୁ ଯାଇ ବନ୍ଧୁକରୁ ଗୁଳି ଫୁଟାଇ ଜୀବନ ହାରି ଦେଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking