ଅମୃତସର : ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିରୋମଣୀ ଅକାଳୀ ଦଳ ନେତା ପ୍ରକାଶ ସିଂହ ବାଦଲ ଅସୁସ୍ଥ । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୋହାଲୀର ଫର୍ଟିସ୍ ହସ୍ପିଟାଲରେ ପ୍ରକାଶ ସିଂହ ବାଦଲଙ୍କ ଚିକିତ୍ସା ଜାରି ରହିଛି ।
ଗତ ଫେବୃଆରୀ ମାସରେ ମଧ୍ୟ ହଠାତ୍ ଅସୁସ୍ଥ ଅନୁଭବ କରିବାକୁ ଅକାଳୀ ଦଳ ବରିଷ୍ଠ ନେତା ପ୍ରକାଶ ସିଂହ ବାଦଲଙ୍କୁ ମୋହାଲି ସ୍ଥିତ ଫର୍ଟିସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ । ସେବେଠାରୁ ସେ ନିୟମିତ ଭାବେ ଡାକ୍ତରଙ୍କ ପରାମର୍ଶ ନେଉଥିଲେ ଏବଂ ଔଷଧ ଖାଉଥିଲେ ।
ତେବେ ରବିବାର ପୁଣି ଛାତିରେ ଯନ୍ତ୍ରଣା ଅନୁଭବ କରିବାକୁ ତାଙ୍କୁ ଫର୍ଟିସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ୯୪ ବର୍ଷୀୟ ପ୍ରକାଶ ସିଂହ ବାଦଲ ଗତ ଜାନୁଆରୀ ମାସରେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଫଳରେ ତାଙ୍କୁ ଲୁଧିୟାନାର ଦୟାନନ୍ଦ ମେଡିକାଲ କଲେଜ ଆଣ୍ଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।