ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କିରଣ କୁମାର ରେଡ୍ଡି ସୋମବାର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । କିରଣ ଏହି ମର୍ମରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେଙ୍କ ନିକଟରୁ ଏକ ପତ୍ର ପଠାଇସାରିଛନ୍ତି । ସେ ବିଜେପିରେ ଯୋଗଦେବେ ବୋଲି ଜୋରସୋର ଚର୍ଚ୍ଚା ଚାଲିଛି । ସେ ହେଉଛନ୍ତି ଅବିଭକ୍ତ ଆନ୍ଧ୍ରପ୍ରଦେଶର ଶେଷ ମୁଖ୍ୟମନ୍ତ୍ରୀ । ସେ ୨୦୧୦ ନଭେମ୍ବର ୨୫ରୁ ୨୦୧୪ ମାର୍ଚ୍ଚ ୧ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ । ତେବେ ଆନ୍ଧ୍ର ବିଭାଜନ ନିଷ୍ପତ୍ତିକୁ ବିରୋଧ କରି କିରଣ ୨୦୧୪ରେ କଂଗ୍ରେସରୁ ଇସ୍ତଫା ଦେଇ ନିଜର ଏକ ଦଳ ଗଠନ କରିଥିଲେ । ୨୦୧୮ରେ ସେ ପୁଣି କଂଗ୍ରେସକୁ ପ୍ରତ୍ୟାବର୍ତ୍ତନ କରିଥିଲେ ।