ଯାଜପୁର(ଅଭିମନ୍ୟୁ ମିଶ୍ର)-କୋରାଇ ବ୍ଲକ୍ ଅନ୍ତର୍ଗତ ଖମଣ ପଞ୍ଚାୟତ ଠାକୁରପାଟଣା ଗ୍ରାମର ୨୨ ନଂ ୱାର୍ଡର ଆଦିବାସି ସାହିର ଅସହାୟ ୩ ପିଲାଙ୍କୁ ସହାୟତାର ହାତ ବଢାଇଛନ୍ତି ଉକ୍ତ ଗ୍ରାମର ଠାକୁରପାଟଣା ଯୁବପରିଷଦ । ପ୍ରକାଶଥାଉକି ଆଦିବାସି ସାହିର ଚେମା ମୁଣ୍ଡା (୫୦) ଙ୍କର କିଛିଦିନ ପୂର୍ବରୁ ଅକାଳରେ ମୃତ୍ୟୁ ହୋଇଥିଲା । ୩ ବର୍ଷ ପୂର୍ବରୁ ମୃତ୍ୟୁ ଚେମା ମୁଣ୍ଡାଙ୍କର ସ୍ତ୍ରି ଘରଛାଡି କେଉଁଆଡେ ଚାଲିଯାଇଛି । ଚେମା ମୁଣ୍ଡାର ୩ ଶିଶୁ ଯଥା ଝିଅ ରଇବାରି ମୁଣ୍ଡା (୧୧), ଗଙ୍ଗା ମୁଣ୍ଡା (୯), ରାମ ମୁଣ୍ଡା (୬) ବର୍ତ୍ତମାନ ସମ୍ପୂର୍ଣ୍ଣ ଅସହାୟ ହୋଇପଡିଛନ୍ତି । ବର୍ତ୍ତମାନର ମହାମାରି କରୋନା ସମୟରେ ନିରାଶ୍ରୟ ବାପାମାଆ ଛେଉଣ୍ଡ ପିଲାମାନେ ଅନାହାରରେ କାଳାତିପାତ କରୁଛନ୍ତି । ଗ୍ରାମର ଠାକୁରପାଟଣା ଯୁବପରିଷଦ ତରଫରୁ ପିଲାମାନଙ୍କୁ ଦେଖାଶୁଣା କରିବା ସହିତ ଡାଲି, ଚାଉଳ, ପନିପରିବା ଓ ଅନ୍ୟାନ୍ୟ ଶୁଖିଲା ଖାଦ୍ୟ ଦିଆଯାଉଅଛି ।
ଆଜି ପୁନଶ୍ଚ ଯୁବପରିଷଦ ଆଦିବାସି ସାହିରେ ପହଁଚି ସମସ୍ତଙ୍କ ହାତରେ ସାନିଟାଇଜର ଲଗାଇବା ସହିତ ମାସ୍କ ବଣ୍ଟନ, ଶୁଖିଲା ଖାଦ୍ୟ ଏବଂ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଥିଲା । ଉକ୍ତ ଶିଶୁଙ୍କର ପ୍ରମାଣପତ୍ର ବାହାରି ପାରିନଥିବାରୁ ଯୁବପରିଷଦର ନିଜସ୍ବ ପାଣ୍ଠିରେ ସହାୟତା ରାଶିକୁ ପିଲାଙ୍କ ଭବିଷ୍ୟତ ପାଇଁ ଗଚ୍ଛିତ ରଖାଯାଇଥିଲା । ଯୁବପରିଷଦ ତରଫରୁ ମ୍ରୁତ ଚେମା ମୁଣ୍ଡାର ମ୍ରୁତ୍ୟୁ ପ୍ରମାଣପତ୍ର ପାଇଁ ଶଙ୍ଖଚିଲା ସ୍ବାସ୍ଥ୍ୟକେନ୍ଦ୍ର ସହିତ ଯୋଗାଯୋଗ କରାଯାଇଥିଲା । ଉକ୍ତ ସହାୟତା କରିବା ସ୍ଥଳରେ ଅନୁଷ୍ଠାନର ସଭାପତି ପ୍ରଶାନ୍ତ କୁମାର ସାହୁ, ଉପସଭାପତି ଗୋପାଳ ଚନ୍ଦ୍ର ଦାସ, ସଂପାଦକ ଉମାକାନ୍ତ ସାହୁ, ସର୍ବଶ୍ରୀ ନୟନଦିପ୍ତ ବେହେରା, ପ୍ରଦିପ ସାହୁ, ବିକାଶ ସାହୁ, ରମେଶ ବେହେରା, ସୂର୍ଯ୍ୟକାନ୍ତ ସାହୁ, ପ୍ରଦୀପ ବାରିକ, ସନ୍ତୋଷ ସାହୁ, ଉଦୟନାଥ ସାହୁ, ଅଖୟ ପ୍ରୁଷ୍ଟି, ଅବିନାଶ ସାହୁ, ଉମାକାନ୍ତ ବିନ୍ଧାଣି, ପରମେଶ୍ବର ମଲିକ, ରମାକାନ୍ତ ସାହୁ, ମାୟାଧର ସାହୁ ଉପସ୍ଥିତ ଥିଲେ । ଅନ୍ୟପଖ୍ୟରେ କ୍ଲବର ଉପଦେଷ୍ଟା ଅନନ୍ତ ଚରଣ ମଲ୍ଲିକ, ଉପଦେଷ୍ଟା କମିିଟି ସଭ୍ୟ ଗୋବିନ୍ଦ ଦାସ, ହେମନ୍ତ ପ୍ରୁଷ୍ଟି, ପରିଖିତ ରାଉତ, ଅଶୋକ ବେହେରା, ରବିନ୍ଦ୍ର ସାହୁ, ରମାକାନ୍ତ ସାହୁ ଉପସ୍ଥିତ ଥିଲେ ।