27.8 C
Bhubaneswar
Wednesday, April 17, 2024
Homeଓଡିଶାଓଡିଶା ଅଭିମୁଖେ ଆଉ ୫ଟି ଟ୍ରେନ

ଓଡିଶା ଅଭିମୁଖେ ଆଉ ୫ଟି ଟ୍ରେନ

ଭୁବନେଶ୍ୱର: ଆଜି ଓଡିଶା ଅଭିମୁଖେ ଆସୁଛି ଆଉ ୫ଟି ଟ୍ରେନ । ପ୍ରାୟ ୫ ହଜାର ପ୍ରବାସୀ ଓଡିଆଙ୍କୁ ଧରି ଏହି ୫ଟି ଟ୍ରେନ ଓଡିଶା ଅଭିମୁଖେ ଆସିବ ବୋଲି ସୂଚନା ମିଳିଛି । ଏହି ୫ଟି ଟ୍ରେନ ମଧ୍ୟରେ ଗୁଜୁରାଟରୁ ୩, ମହାରାଷ୍ଟ୍ରରୁ ୧ ଏବଂ ତାମିଲନାଡୁରୁ ଗୋଟିଏ ଟ୍ରେନ ଓଡିଶା ଆସିବ ବୋଲି ଖବର ଆସିଛି । ସୁରତରୁ ଗୋଟିଏ ଟ୍ରେନ ଗଂଜାମର ଜଗନ୍ନାଥପୁର ଅଭିମୁଖେ ଛାଡିଥିବା ବେଳେ ସାବରମତିରୁ ଆଉ ୩ଟି ଟ୍ରେନ ଖୋର୍ଦ୍ଧାରୋଡ୍ ଷ୍ଟେସନ ଆସିବ । ଅନ୍ୟପଟେ ମହାରାଷ୍ଟ୍ରର ପାନଭେଲରୁ ଗୋଟିଏ ଟ୍ରେନ ଟିଟିଲାଗଡ ଅଭିମୁଖେ ଆସୁଛି । ସେହିପରି ଚେନ୍ନାଇରୁ ଗୋଟିଏ ଟ୍ରେନ ଗଂଜାମର ଜଗନ୍ନାଥପୁର ଆସୁଥିବା ସୂଚନା ମିଳିଛି । ୫ଟି ଟ୍ରେନରେ ୫ ହଜାରରୁ ଅଧିକ ପ୍ରବାସୀ ଆସୁଥିବା ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking