26.1 C
Bhubaneswar
Saturday, October 19, 2024
Homeଅପରାଧଖାଦ୍ୟରେ ନିଶା ଖୁଆଇ ଲୁଟ୍‌: ଲୁଟେରା ଗିରଫ

ଖାଦ୍ୟରେ ନିଶା ଖୁଆଇ ଲୁଟ୍‌: ଲୁଟେରା ଗିରଫ

କଟକ: ମେଡିକାଲ୍‌ରେ ସାହାଯ୍ୟ କରିବାକୁ କହି ରୋଗୀ ଓ ସଂପର୍କୀୟଙ୍କୁ ନିଶାଦେଇ ଲୁଟୁଥିବା ଜଣେ ଳୁଟେରାକୁ ଆଜି ମଙ୍ଗଳାବାଗ ପୁଲିସ ଗିରଫ କରିଛି । ଏଥିସହ ଲୁଟେରାଠାରୁ ୧୫ଟି ମୋବାଇଲ ଫୋନ ଓ ନଗଦ ୭ଶହଟଙ୍କା ଜବତ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲା ପୁରୀ ଜିଲା ଅସ୍ତରଙ୍ଗ ଥାନା ଅନ୍ତର୍ଗତ ବେଗୁନିଆବସ୍ତ ଗ୍ରମର ବୁଲୁ ସ୍ୱାଇଁ (୪୨) । ସେ କିଛିଦିନ ହେବ ନିଆଳିରେ ରହୁଥିଲା ବୋଲି ପୁଲିସ କହିଛି । ସୂଚନାଯୋଗ୍ୟ ଗୁରୁବାର ଭଦ୍ରକ ଅଞ୍ଚଳର ରମେଶ ଚନ୍ଦ୍ର ମିଶ୍ର(୩୧) ତାଙ୍କ ମା’ଙ୍କୁ ଆଚାର୍ଯ୍ୟ ହରିହର କର୍କଟ ଚିକିତ୍ସା କେନ୍ଦ୍ରରେ ଚିକିତ୍ସିତ କରାଇବାକୁ ଭଦ୍ରକରୁ ଟ୍ରେନ୍‌ରେ କଟକ ଆସିଥିଲେ । କଟକ ଷ୍ଟେସନରେ ବୁଲୁ ସେମାନଙ୍କ ସହିତ ସଂପର୍କ ସ୍ଥାପନ କରି ସୁବିଧାରେ ତାଙ୍କ ଚିକିତ୍ସା କରାଇଦେବେ ବୋଲି କହିଥିଲେ ।

୩ଜଣଯାକ ଏକ ଅଟୋ ରିକ୍ସାରେ ମେଡିକାଲ୍ ଆସିଥିଲେ । ନିରାମୟ କେନ୍ଦ୍ର ନିକଟରେ ମା’ ପୁଅଙ୍କୁ ବୁଲୁ କିଛି ଖାଦ୍ୟ ଖାଇବା ପାଇଁ କହିଥିଲା । ମାତ୍ର ଦୁହେଁ ମନା କରିବା ପରେ ବୁଲୁ ସେମାନଙ୍କୁ ଅମୁଲ୍‌କୁଲ୍ ପିଇବା ପାଇଁ କହିଥିଲା । କଥା ଭାଙ୍ଗି ନପରି ଦୁହେଁ ତାହାକୁ ପିଇଦେଇଥିଲେ । ତେବେ ସେଥିରେ ନିଶା ମିଶିଥିଲା । ମା’ ପୁଅଙ୍କୁ ନିଶା ହୋଇଯିବା ପରେ ରମେଶ ପକେଟରେ ଥିବା ୨୫୦୦ଟଙ୍କା ଓ ଗୋଟାଏ ମେବାଇଲ୍ ଲୁଟକରି ବୁଲୁ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲା । ଏନେଇ ଗତକାଲି ରମେଶ ଥାନାରେ ଏତଲା ଦେଇଥିଲେ । ପୁଲିସ ଅନୁସନ୍ଧାନ କରି ବୁଲୁକୁ ଧରିଥିଲା । ତାଠାରୁ ୧୫ଟି ଚୋରା ମେବାଇଲ୍‌,୧୦ଟା ନିଶା ବଟିକା ଓ ନଗଦ ୭ଶହ ଟଙ୍କା ପୁଲିସ ଜବତ କରି ଆଜି ତାକୁ କୋର୍ଟ ଚାଲଣ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking