ଭୁବନେଶ୍ୱର : ବିଧାନସଭା ପରିସରରେ ରାଜ୍ୟପାଳ ହରିବାବୁ କମ୍ଭମପତିଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି । କିଛି ସମୟ ପରେ ଆରମ୍ଭ ହେବ ବଜେଟ ଅଧିବେଶନ । ପ୍ରଥମେ ବାଚସ୍ପତି ସୁରମା ପାଢୀଙ୍କୁ କିଛି ସମୟ ପୂର୍ବରୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ଗାର୍ଡ ଅଫ ଅନର ପରେ ରାଜ୍ୟପାଳ ନିଜର ଅଭିଭାଷଣ ରଖିଛନ୍ତି ା ନିଜର ଅଭିଭାଷଣ ଜୟ ଜଗନ୍ନାଥ କହି ଆରମ୍ଭ କରିଛନ୍ତି । କହିଛନ୍ତି ୨ ଲକ୍ଷ ହେକ୍ଟର ଜମିରେ ଅର୍ଥକାରୀ ଫସଲକୁ ଗୁରୁତ୍ୱ ଦିଆଯାଇଛି । ମୃତ୍ତିକା ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ଦିଗରେ ପଦକ୍ଷେପ ନିଆଯାଇଛି । ୧.୩୬ ଲକ୍ଷ ପଞ୍ଜିକୃତ ଚାଷୀଙ୍କୁ ଫସଲ ବୀମା ଯୋଜନାରୋ ସାମିଲ କରାଯାଇଛି ା ଦାରିଙ୍ଗିବାଡି ଓ ସ୍ୱାଭିମାନ ଅଞ୍ଚଳରେ ଓଡିଶା ବଳଭଦ୍ର ଜୈବିକ ଚାଷ ମିଶନ କରାଯାଇଛି । ଜୈବିକ ଚାଷରୁ ଅଗ୍ରାଧିକାର ଭିତ୍ତିରେ ପ୍ରୋତ୍ସାହିତ କରାଯାଉଛି । ଫସଲ ଓ ଫଳ ଉତ୍ପାଦନକୁ ପ୍ରୋତ୍ସାହିତ କରାଯାଉଛି । ଏହି କ୍ଷେତ୍ରରେ ମହିଳାଙ୍କୁ ସଶକ୍ତ କରାଯାଉଛି । ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସାମିଲ କରାଯାଉଛି । ମତ୍ସ୍ୟ ଚାଷକୁ ପ୍ରୋତ୍ସାହିତ ପାଇଁ ଅନେକ ପଦକ୍ଷେପ ନିଆଯାଉଛି । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଋଣ ପ୍ରଦାନକୁ ଗୁରୁତ୍ୱ ଦିଆଯାଉଛି । କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ଉନ୍ନତ ଆୟର ସୁଯୋଗ ଦିଆଯିବ । ମାଛ ଚାଷ ପାଇଁ ନୂଆ ପୋଖରୀ ଖୋଳା ଯୋଜନା ଚାଲିଛି । ଧାନର ସର୍ୱନିମ୍ନ ସହାୟକ ମୂଲ୍ୟ ରାଶି ବୃଦ୍ଧି କରାଯାଇଛି । ୮୦୦ ଟଙ୍କାରେ ଇନପୁଟ ସହାୟତା ଦିଆଯାଇଛି । ୩୧୦୦ ଟଙ୍କାରେ ଧାନ ସଂଗ୍ରହ ଆରମ୍ଭ ହୋଇଛି ।