ଭୁବନେଶ୍ୱର : ବିଧାନସଭା ପରିସରରେ ରାଜ୍ୟପାଳ ହରିବାବୁ କମ୍ଭମପତିଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି । କିଛି ସମୟ ପରେ ଆରମ୍ଭ ହେବ ବଜେଟ ଅଧିବେଶନ । ପ୍ରଥମେ ବାଚସ୍ପତି ସୁରମା ପାଢୀଙ୍କୁ କିଛି ସମୟ ପୂର୍ବରୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ଗାର୍ଡ ଅଫ ଅନର ପରେ ରାଜ୍ୟପାଳ ନିଜର ଅଭିଭାଷଣ ରଖିଛନ୍ତି ା ନିଜର ଅଭିଭାଷଣ ଜୟ ଜଗନ୍ନାଥ କହି ଆରମ୍ଭ କରିଛନ୍ତି । କହିଛନ୍ତି ଆସନ୍ତା ୨ ବର୍ଷରେ ବୟନ ଶିଳ୍ପ କ୍ଷେତ୍ରରେ ୫୦ ହଜାର ନିଯୁକ୍ତି ହେବ । ୫ ବର୍ଷରେ ଆଇଟି / ଆଇଟିଇଏସରେ ୫୦ ହଜାର ନିଯୁକ୍ତି ସୃଷ୍ଟି ହେବ । ୫ ବର୍ଷ ମଧ୍ୟରେ ୧.୫ ଲକ୍ଷ ସରକାରୀ ଚାକିରୀ ପୂରଣ କରାଯିବ । ପ୍ରଥମ ଦୁଇ ବର୍ଷରେ ୬୫ ହଜାର ପଦବୀ ପୂରଣ ହେବ । ୨୦୨୪ – ୨୫ ରେ ୨୪ ହଜାରରୁ ଅଧିକ ସରକାରୀ ପଦବୀ ପୂରଣ ହୋଇଛି । ଆହୁରି ବଡ ଘୋଷଣା କରିଛନ୍ତି ରାଜ୍ୟର ବିଭିନ୍ନ ସହରରେ ଚାଲିବ ୪୦୦ ଟି ଇ- ବସ । ପ୍ରଧାନମନ୍ତ୍ରୀ ଇ- ବସ ସେବା ଯୋଜନା ଅଧିନରେ ଚାଲିବ ଇ- ବସ ।