18.1 C
Bhubaneswar
Monday, November 25, 2024
Homeଦେଶ ବିଦେଶପାକିସ୍ତାନରେ ବନ୍ୟା ବିଭୀଷିକା, ୩.୩ କୋଟି ଜନତା ପ୍ରଭାବିତ

ପାକିସ୍ତାନରେ ବନ୍ୟା ବିଭୀଷିକା, ୩.୩ କୋଟି ଜନତା ପ୍ରଭାବିତ

ଲାହୋର : ପାକିସ୍ତାନରେ ମୃତ୍ୟୁର ତାଣ୍ଡବ ରଚିଛି ଭୟଙ୍କର ବନ୍ୟା । ଲକ୍ଷେ କି ଦୁଇ ଲକ୍ଷ ନୁହେଁ ପ୍ରଭାବିତ ହୋଇଛନ୍ତି କୋଟି କୋଟି ଲୋକ । ଏବେ ଜାତୀୟ ବିପର‌୍ୟ୍ୟୟ ପରିଚାଳନା କର୍ତ୍ତୃପକ୍ଷ ବା ଏନଡିଏମଏ ପକ୍ଷରୁ ଜାରି ରିପୋର୍ଟ ବି ତାଜୁବ କରିଦେବା ଭଳି ଆସିଛି । ରିପୋର୍ଟ ମୁତାବକ ପାକିସ୍ତାନ ବନ୍ୟା ବିଭୀଷିକାରେ ବର୍ତ୍ତମାନ ସୁଦ୍ଧା ଗଲାଣି ୧୩୯୬ ଜଣଙ୍କ ଜୀବନ । ବଡ କଥା ହେଉଛି ସେମାନଙ୍କ ମଧ୍ୟରେ ୪୯୯ ଜଣ ଶିଶୁ ରହିଛନ୍ତି । ପାକିସ୍ତାନର ୩ ଭାଗରୁ ଭାଗେ ସ୍ଥାନରେ ଏବେ ଜଳବନ୍ଦୀ ଅବସ୍ଥା । ବ୍ୟାନ ବିଭୀଷିକାରେ ମୋଟ ୩୩ ମିଲିୟନ ଅର୍ଥାତ ୩.୩ କୋଟି ଲୋକ ପ୍ରଭାବିତ ହୋଇଛନ୍ତି । ସେହିଭଳି କ୍ଷୟକ୍ଷତି ରିପୋର୍ଟ ମଧ୍ୟ ପାକିସ୍ତାନ ସରକାରଙ୍କ ଚିନ୍ତା ଆହୁରି ବଢାଇ ଦେଇଛି । ବନ୍ୟା କାରଣରୁ ପାକିସ୍ତାନରେ ପ୍ରାୟ ୨ ଲକ୍ଷ ୩୮ ହଜାର କୋଟିରୁ ଉର୍ଦ୍ଧ୍ବ ଟଙ୍କା କ୍ଷୟକ୍ଷତି ଘଟିଛି । ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟର୍ସ ମଧ୍ୟ ଗତ ଶନିବାର ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଥିଲେ । ଏଥି ସହିତ ପାକିସ୍ତାନର ଏଭଳି ଦୁଃସ୍ଥିତିରେ ସହଯୋଗର ହାତ ବଢାଇବା ପାଇଁ ବିଶ୍ବ ସମୁଦାୟଙ୍କୁ ଅନୁରୋଧ କରିଥିଲେ ଗୁଟର୍ସ । ଚଳିତ ବର୍ଷ ପାକିସ୍ତାନରେ ରେକର୍ଡ ୩୯୧ ମିଲିମିଟର ବର୍ଷା ହୋଇଛି । ଯାହାକି ଗତ ୩୦ ବର୍ଷ ମଧ୍ୟରେ ସର୍ବାଧିକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking