25.1 C
Bhubaneswar
Friday, December 27, 2024
Homeଦେଶ ବିଦେଶପାକିସ୍ତାନରେ ପ୍ରଳୟଙ୍କାରୀ ବନ୍ୟାର ଗମ୍ଭୀର ରୂପ, ମୃତ୍ୟୁ ସଂଖ୍ୟା ୧୧୩୬କୁ ବୃଦ୍ଧି

ପାକିସ୍ତାନରେ ପ୍ରଳୟଙ୍କାରୀ ବନ୍ୟାର ଗମ୍ଭୀର ରୂପ, ମୃତ୍ୟୁ ସଂଖ୍ୟା ୧୧୩୬କୁ ବୃଦ୍ଧି

ନୂଆଦିଲ୍ଲୀ : ପାକିସ୍ତାନରେ ପ୍ରଳୟଙ୍କାରୀ ବନ୍ୟାର ଗମ୍ଭୀର ରୂପ । ଲଗାଣ ବର୍ଷା ଫଳରେ ଦେଶର ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ସଙ୍ଗୀନ ହୋଇପଡିଛି । ରାସ୍ତାଘାଟ ଘର ଦ୍ବାର ସବୁଆଡେ ପାଣି ବୁଡି ରହିଛି । ଲୋକେ ଅଣ୍ଟାଏ ଉଚ୍ଚର ପାଣିରେ ପଶି ଯା-ଆସ କରୁଥିବା ବେଳେ ସେମାନଙ୍କ ଜୀବନଜୀବିକା ବିଶେଷ ଭାବେ ପ୍ରଭାବିତ ହୋଇଛି ।ପ୍ରଳୟଙ୍କରୀ ବନ୍ୟାରେ ପ୍ରାୟ ୧୧ ଶହ ୩୬ ଜଣଙ୍କ ମୃତ୍ୟୁ ହେଲାଣି । ୩ କୋଟି ୩୦ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ୫୧ ହଜାର ୨୭୫ ଜଣଙ୍କୁ ଉଦ୍ଧାର କରାଯାଇଛି । ଏବେ ରିଲିଫ୍ କ୍ୟାମ୍ପରେ ଅଛନ୍ତି ୪ ଲକ୍ଷ ୯୮ ହଜାର ୪୪୨ । ୧୦ ଲକ୍ଷ ୫୧ ହଜାର ୫୭୦ ଘର ଭାଙ୍ଗିଛି । ଯାହାର କ୍ଷୟକ୍ଷତି ପ୍ରାୟ ୮୦ ହଜାର କୋଟି ଟଙ୍କା ହେବ ବୋଲି କହିଛନ୍ତି ପାକିସ୍ତାନର ଯୋଜନା ମନ୍ତ୍ରୀ ଏହାସାନ ଇକବାଲ୍ । ପ୍ରାକୃତିକ ବିପର‌୍ୟ୍ୟୟ ଆଣିଛି ଖାଦ୍ୟ ସଙ୍କଟ । ପରିବାର ଦର ଆକାଶ ଛୁଆଁ ହୋଇଛି । ଟମାଟୋ କେଜି ୫୦୦ ଟଙ୍କା ଥିବା ବେଳେ ପିଆଜ କେଜି ୪୦୦ ଟଙ୍କାରେ ବିକ୍ରି ହେଉଛି । ବେଲୁଚିସ୍ତାନ ଏବଂ ସିନ୍ଧ୍ରେ ବନ୍ୟା ଯୋଗୁଁ ହଜାର ହଜାର ଏକର ଫସଲ ନଷ୍ଟ ହୋଇଯାଇଛି । ଯାହାର ପ୍ରଭାବ ପାକିସ୍ତାନର ପରିବା ଦର ଉପରେ ପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking