ଅମରାବତୀ: ଯୌନ ଲାଳସା ମେଣ୍ଟାଇବା ପାଇଁ ଭାଣିଜି ସହ ଦୁଷ୍କର୍ମ କରିବା ପାଇଁ ଚେଷ୍ଟା କରିଥିଲା ମାମୁ । ବିଫଳ ହେବା ପରେ ଭାଣିଜି ଉପରକୁ ଏସିଡ ଫିଙ୍ଗିଥିଲା ସଇତାନ ମାମୁ । ଆନ୍ଧ୍ରପ୍ରଦେଶର ନେଲୋରେରୁ ଗତ ପାଞ୍ଚ ମାସ ତଳେ ସାମ୍ନାକୁ ଆସିଥିଲା ଏଭଳି ଦୁଃଖଦ ଘଟଣା । ଚିକିତ୍ସା ଜାରି ରହିଥିବା ବେଳେ ଏବେ ଆଖି ବୁଜିଛନ୍ତି ଏସିଡ ପୀଡିତା ନାବାଳିକା ଜଣଙ୍କ । ଗତବର୍ଷ ସେପ୍େଟମ୍ବର ମାସ ୨ ତାରିଖରେ ନାବାଳିକାଙ୍କ ଉପରେ ଏସିଡ ମାଡ କରିଥିଲା ମାମୁଁ । ମୃତ ନାବାଳିକା ଜଣକ ନେଲୋର ଜିଲ୍ଲାର ଜଣେ ଅବସରପ୍ରାପ୍ତ ଶିକ୍ଷକ ଏକମାତ୍ର ଝିଅ ବୋଲି ଜଣା ପଡ଼ିଛି । ସୂଚନା ଅନୁଯାୟୀ, ସେପ୍ଟେମ୍ବର ମାସ ୨ ତାରିଖରେ ନାବାଳିକାର ପରିବାର ଲୋକେ ବାହାରକୁ ଯାଇଥିବା ବେଳେ ଘରେ ଏକା ରହିଥିଲେ । ଏହାର ସୁଯୋଗ ନେଇ ମାମୁଁ ଘରେ ପଶି ନାବାଳିକାଙ୍କ ଉପରେ ଏସିଡ ମାଡ କରିଥିଲା । ତେବେ ନେଲୋର ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ନାବାଳିକାକୁ ସଙ୍ଗେସଙ୍ଗେ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ହସ୍ପିଟାଲରେ ୫ ମାସର ସଂଘର୍ଷ ପରେ ଶେଷରେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ନାବାଳିକା । ଗତକାଲି ହସ୍ପିଚଟାଲରେ ନାବାଳିକ ଜଣଙ୍କର ମୃତ୍ୟୁ ହୋଇଛି ।