ଅହମ୍ମଦାବାଦ: ଗୁଜରାଟରେ ଏକ ହସ୍ପିଟାଲ୍ର ଡାକ୍ତରମାନେ ବଡ଼ ଉପଲବ୍ଧି ହାସଲ କରିଛନ୍ତି । ଅହମ୍ମଦାବାଦର ମାରେଙ୍ଗୋ ସିଆଇଏମ୍ଏସ୍ ହସ୍ପିଟାଲ୍ର ଡାକ୍ତର ଟିମ୍ ଏସିଆରେ ପ୍ରଥମ ଥର ପାଇଁ ବିନା ବ୍ଲଡ୍ ଟ୍ରାନ୍ସଫ୍ୟୁଜନ୍ରେ ଜଣେ ରୋଗୀଙ୍କ ହାର୍ଟ ଟ୍ରାନ୍ସପ୍ଲାଣ୍ଟ୍ କରିଛନ୍ତି । ସର୍ଜରୀ ବେଳେ ରୋଗୀଙ୍କୁ ରକ୍ତର ଆବଶ୍ୟକତା ରହିଥାଏ । ମାତ୍ର ଏହି ସର୍ଜରୀରେ ଟେକ୍ନିକ୍ର ସହାୟତାରେ ଡାକ୍ତରମାନେ ଏହି ଚମତ୍କାର କରି ଦେଖାଇଛନ୍ତି । ଏହି ସର୍ଜରୀ ୫୨ ବର୍ଷୀୟ ରୋଗୀ ଚନ୍ଦ୍ରପ୍ରକାଶ ଗର୍ଗଙ୍କର କରାଯାଇଛି । ଚନ୍ଦ୍ରପ୍ରକାଶ ଇସ୍କେମିକ୍ ଡାଇଲେଟେଡ୍ କାର୍ଡିଓମାୟେପ୍ୟାଥି ଏବଂ ହାର୍ଟ ଫେଲିୟର୍ର ଅନ୍ତମ ପର୍ଯ୍ୟାୟରେ ଥିଲେ । ଅନ୍ୟପକ୍ଷରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜଣେ ୩୩ ବର୍ଷୀୟ ଯୁବକ ଡୋନର୍ ଥିଲେ ।
ସୂଚନାଯୋଗ୍ୟ, ହାର୍ଟ ଟ୍ରାନ୍ସପ୍ଲାଣ୍ଟ୍ ସର୍ଜରୀରେ ବହୁ ପରିମାଣରେ ରକ୍ତ ବୋହିଥାଏ, ଯେଉଁଥି ପାଇଁ ବ୍ଲାଡ୍ ଟ୍ରାନ୍ସଫ୍ୟୁଜନ୍ର ଆବଶ୍ୟକତା ପଡ଼ିଥାଏ । ଅବଶ୍ୟ ବ୍ଲଡ୍ ଟ୍ରାନ୍ସଫ୍ୟୁଜନ୍ ବେଳେ ବହୁ ପ୍ରକାର ବିପଦ ରହିଥାଏ । ଅର୍ଗାନ୍ ଟ୍ରାନ୍ସପ୍ଲାଣ୍ଟ୍ ପରି ବ୍ଲଡ୍ ଟ୍ରାନ୍ସଫ୍ୟୁଜନ୍ ଏକ କଷ୍ଟକର ବ୍ୟପାର । ଏଥିପାଇଁ କଡ଼ା ତଦାରଖ ଏବଂ ନିୟନ୍ତ୍ରଣ ଆବଶ୍ୟତା ପଡ଼ିଥାଏ । କିନ୍ତୁ ଡାକ୍ତରମାନେ ବିନା ରକ୍ତପାତରେ ଏହି ସର୍ଜରୀ କରି ଦେଖାଇଛନ୍ତି । ହାର୍ଟ ଟ୍ରାନ୍ସପ୍ଲାଣ୍ଟ୍ କାର୍ଯ୍ୟକ୍ରମର ନିର୍ଦ୍ଦେଶକ ଡା. ଧୀରେନ୍ ଶାହଙ୍କ ନେତୃତ୍ୱରେ ଏସିଆରେ ପ୍ରଥମ ଥର ପାଇ ଏପରି ଟ୍ରାନ୍ସପ୍ଲାଣ୍ଟ୍ କରାଯାଇଛି । ଏହି ଟିମ୍ରେ ଟ୍ରାନ୍ସପ୍ଲାଣ୍ଟ୍ ସର୍ଜନ୍ ଡା. ଧୱଲ ନାଇକ, କାର୍ଡିଓଥୋରେସିକ୍ ଆନାସ୍ଥେଟିଷ୍ଟ ଡ. ନିରେନ୍ ଭାବସାର ଏବଂ ହାର୍ଟ ଟ୍ରାନ୍ସପ୍ଲାଣ୍ଟ୍ ଆନାଥେଟିଷ୍ଟ୍ ଏବଂ ମାରେଙ୍ଗୋ ହସ୍ପିଟାଲ୍ର ଇଣ୍ଟେନ୍ସିଭିଷ୍ଟ୍ ଡା. ଚିନ୍ତନ ସେଠ୍ ସାମିଲ ଥିଲେ ।