ନୂଆଦିଲ୍ଲୀ :ରୋଗରୁ ମୁକ୍ତି ପାଇବା ପାଇଁ ଲୋକମାନେ ଅନେକ ପ୍ରକାର ଚିକିତ୍ସା ପଦ୍ଧତି ଆପଣାଇଥାନ୍ତି। ସେହି ପଦ୍ଧତିରେ କିଛି ରୋଗ ଭଲ ହୋଇଥାଏ ତ ଆଉ କିଛି ଭଲ ହୋଇ ନଥାଏ। ଦେଖିବାକୁ ଗଲେ ଆମ ବିଶ୍ବରେ ୩ଟି ସବୁଠାରୁ ଲୋକପ୍ରିୟ ପଦ୍ଧତି ରହିଛି।
ଆୟୁର୍ବେଦ, ଏଲୋପାଥି ଏବଂ ହୋମିଓପାଥି। କୌଣସି ରୋଗ ହେଲେ ଲୋକମାନେ ପ୍ରଥମେ ଏହି ପଦ୍ଧତିକୁ ଆପଣାଇଥାନ୍ତି। କିନ୍ତୁ ଆମେ ଆଜି ଆପଣଙ୍କୁ ଏମିତି ଏକ ପଦ୍ଧତି ବିଷୟରେ କହିବୁ, ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହା ସବୁଠୁ ଅଜବ ପଦ୍ଧତି। ଏହି ପଦ୍ଧତିରେ ଡାକ୍ତର ରୋଗୀଙ୍କ ଶରୀରରେ ନିଆଁ ଲଗାନ୍ତି। କଥାଟି ଆଶ୍ଚର୍ଯ୍ୟ ଲାଗିଲା ନା, ଆଜ୍ଞା ହଁ ଏହି ପଦ୍ଧତିକୁ ଅଗ୍ନି ଚିକିତ୍ସା ଅର୍ଥାତ୍ ଫାୟାର ଥେରାପି କୁହାଯାଏ। ଆଉ ଏଥିରେ ରୋଗୀଙ୍କ ଶରୀର ଉପରେ ନିଆଁ ଲଗାଯାଇଥାଏ। ତେବେ ଆସନ୍ତୁ ଜାଣିବା ଏହି ପଦ୍ଧତି କେଉଁଠି ବେଶି ଲୋକପ୍ରିୟ…
ଚୀନରେ ପ୍ରଥମେ ଏହି ପଦ୍ଧତି ଆରମ୍ଭ ହୋଇଥିଲା। ଚାଇନାରେ ଏହାକୁ ଫାୟାର ଥେରାପି କୁହାଯାଏ। ତେବେ ଚାଇନାର ଡାକ୍ତରମାନେ ଏହି ପଦ୍ଧତି ମାଧ୍ୟମରେ ଚିକିତ୍ସା କରିଥାନ୍ତି। ଏହି ପଦ୍ଧତି ଦ୍ବାରା ୧୦୦ ପ୍ରତିଶତ ଲୋକଙ୍କ ରୋଗ ଭଲ ମଧ୍ୟ ହୋଇଯାଏ ବୋଲି ସେମାନେ ଦାବି ବି କରନ୍ତି।
ଏହି ପଦ୍ଧତି ଗତ ୧୦୦ ବର୍ଷ ଧରି ଚାଇନାରେ ରହି ଆସିଛି। ଏହି ପଦ୍ଧତି ସେଠାରେ ବେଶ୍ ଲୋକପ୍ରିୟ ମଧ୍ୟ। ତେବେ ଏହି ପଦ୍ଧତିରେ ପ୍ରଥମେ ରୋଗୀଙ୍କ ଶରୀରରେ ଆଲକହଲ ଲେପନ କରାଯାଇଥାଏ। ଏହା ପରେ ଶରୀରର ଉପରେ ଏକ କପଡ଼ା ପକାଯାଇ ଉପରେ ନିଆଁ ଲଗାଯାଇଥାଏ। ଏହି ପଦ୍ଧତି କେବଳ ଚାପଗ୍ରସ୍ତ ବ୍ୟକ୍ତି, ବଦହଜମି ଏବଂ ବନ୍ଧ୍ୟାକରଣ ସମସ୍ୟା ଥିବା ଲୋକମାନଙ୍କ ଉପରେ ପ୍ରୟୋଗ କରାଯାଇଥାଏ। ଏହି ପଦ୍ଧତି ଦ୍ବାରା ସେମାନେ ଆରୋଗ୍ୟ ଲାଭ ମଧ୍ୟ କରିଥାନ୍ତି ବୋଲି ଡାକ୍ତରମାନେ ଦାବି ମଧ୍ୟ କରିଥାନ୍ତି। ତେବେ ଖାଲି ସେତିକି ନୁହେଁ କ୍ୟାନ୍ସର ବଳି ସାଂଘାତିକ ରୋଗକୁ ମଧ୍ୟ ଭଲ କରିଥାଏ ଏହି ପଦ୍ଧତି।
ତେବେ ଚାଇନାକୁ ଛାଡ଼ି ଦେଲେ ଏହି ପଦ୍ଧତି ଆଉ କୌଣସି ଦେଶରେ ଆରମ୍ଭ ହୋଇନାହିଁ। ଏହି ଫାୟାର ଥେରାପି ରୋଗୀଙ୍କ ପାଇଁ ଉପଯୁକ୍ତ ବୋଲି କୌଣସି ସଠିକ୍ ପ୍ରମାଣ ମିଳିନାହିଁ। ତେବେ ଏହି ପଦ୍ଧତିରେ ଚିକିତ୍ସା କରିବା ପାଇଁ ଚାଇନାର ୱାଙ୍ଗ ଫେଙ୍ଗାଓ ବହୁତ ଲୋକପ୍ରିୟ।
ରୋଗୀମାନେ ୱାଙ୍ଗ ଫେଙ୍ଗାଓଙ୍କ ପାଖକୁ ହିଁ ଚିକିତ୍ସା ପାଇଁ ଯାଇଥାନ୍ତି। ସେ କହିଛନ୍ତି ଯେ ମାନବ ଇତିହାସରେ ଫାୟାର ଥେରାପି ହେଉଛି ଚତୁର୍ଥ ବୃହତ୍ତମ ବିପ୍ଳବ। ଏହି ଚିକିତ୍ସା ପାଶ୍ଚାତ୍ୟ ଦେଶର ଚିକିତ୍ସା ପଦ୍ଧତିକୁ ମଧ୍ୟ ପଛରେ ପକାଇ ଦେବ। ସେ ତାଙ୍କ ଛୋଟ ଆପାର୍ଟମେଣ୍ଟରେ ରୋଗୀଙ୍କୁ ଫାୟାର ଥେରାପି ଦେଉଛନ୍ତି।