ମୀରଟ: ମୀରଟର ମୋହିଉଦ୍ଦିନପୁର ସୁଗାର ମିଲରେ ଶନିବାର ପାଖାପାଖି ୩ଟାରେ ଭୀଷଣ ନିଆଁ ଲାଗିଛି। ଦୁର୍ଘଟଣା କାରଣରୁ ଟର୍ବାଇନ୍ ଫାଟିବା କୁହାଯାଉଛି। ନିଆଁ ସଂସ୍ପର୍ଶରେ ଆସି ଚିଫ୍ ଇଂଜିନିୟର କୋଠା ଛାତରୁ ଡ଼େଇଁ ପଡ଼ିଥିଲେ। ଆଉ ୬ଜଣ ବି ନିଆଁରେ ଫସି ଯାଇଥିଲେ। ହସ୍ପିଟାଲ ନିଆଯିବା ବେଳେ ଚିଫ୍ ଇଂଜିନିୟରଙ୍କର ମୃତ୍ୟୁ ହୋଇଛି। ଫାୟାର ବ୍ରିଗେଡଙ୍କ ୭ଟି ଗାଡ଼ି ନିଆଁକୁ ଆୟତ୍ତକୁ ଆଣିବାକୁ ଚେଷ୍ଟା ଚଳେଇ ଥିଲେ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାରେ ଚିଫ୍ ଇଂଜିନିୟରଙ୍କର ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି ଏବଂ ଘଟଣାସ୍ଥଳୀକୁ ଯାଇ ଅଗ୍ନିକାଣ୍ଡର କାରଣ ଯାଞ୍ଚ କରିବାକୁ ଅତିରିକ୍ତ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଆଧାରରେ ,ମୀରଟର ମୋହିଉଦ୍ଦିନପୁର ସୁଗାର ମିଲ୍ରେ ଶନିବାର ଦ୍ୱିପ୍ରହର ୩ଟାରେ ଧୂଆଁ ଉଠୁ ଥିବାର ଦେଖି ସ୍ଥାନୀୟ ଲୋକେ ଓ ମିଲ୍ର କର୍ମଚାରୀ ଦୌଡ଼ି ଥିଲେ। ସେଠାରେ ଜଣା ପଡ଼ିଥିଲା କି ମିଲ୍ ଭିତରେ ଅଗ୍ନିକାଣ୍ଡରେ ଚିଫ୍ ଇଂଜିନିୟର ନରେନ୍ଦ୍ର କୁମାର କୁଶୱାହା ଓ ଆଉ ୬-୭ କର୍ମଚାରୀ ନିଆଁରେ ଫସି ରହିଛନ୍ତି। ନରେନ୍ଦ୍ର କୁଶୱାହା ନିଆଁରୁ ନିଜକୁ ରକ୍ଷା କରିବାକୁ ଯାଇ କୋଠାର ୩ୟ ମହଲାରୁ ଦଳକୁ ଡ଼େଇଁ ପଡ଼ିଥିଲେ ଏବଂ ଗୁରୁତର ହୋଇଥିଲେ । ତାଙ୍କୁ ମୋଦିନଗର ହସ୍ପିଟାଲକୁ ନିଆଯିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା ।