32.1 C
Bhubaneswar
Saturday, June 22, 2024
Homeଦେଶ ବିଦେଶକୁଏତରେ ଅଗ୍ନିକାଣ୍ଡ : ୪୧ ଜୀବନ୍ତ ଦଗ୍ଧ

କୁଏତରେ ଅଗ୍ନିକାଣ୍ଡ : ୪୧ ଜୀବନ୍ତ ଦଗ୍ଧ

କୁଏତ : ଦକ୍ଷିଣ କୁଏତର ମାଙ୍ଗାଫ ସହରରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ । ଯେଉଁଥିରେ ପ୍ରାୟ ୪ ଜଣ ଭାରତୀୟଙ୍କ ସମେତ ୪୧ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ସୂଚନା ମିଳିଛି । ଏହି ଭୟଙ୍କର ଅଗ୍ନିକାଣ୍ଡରେ କୋଠାଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। କୁହାଯାଉଛି ଯେ ଅଗ୍ନିକାଣ୍ଡ ଘଟିଥିବା ବିଲ୍ଡିଂରେ ଶ୍ରମିକମାନେ ରହୁଥିଲେ। ବୁଧବାର ସକାଳେ ଏହି ଅଗ୍ନିକାଣ୍ଡ ଘଟିଛି। ଏହି ଭୟଙ୍କର ଅଗ୍ନିକାଣ୍ଡ ପାଇଁ କୁଏତ ସରକାର ରିଅଲ ଇଷ୍ଟେଟ ମାଲିକଙ୍କୁ ଦାୟୀ କରିଛନ୍ତି। କୁଏତ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ବିବୃତ୍ତି ଅନୁଯାୟୀ, ଗୁରୁତର ଅବସ୍ଥାରେ ଥିବା ସମସ୍ତ ଆହତ ଲୋକଙ୍କୁ ଆବଶ୍ୟକ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଛି। ବିଲଡିଂ ଅଗ୍ନିକାଣ୍ଡରେ ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇବା ପାଇଁ ମେଡିକାଲ ଦଳ ଯଥାସମ୍ଭବ ଉଦ୍ୟମ କରୁଛନ୍ତି ବୋଲି ମନ୍ତ୍ରଣାଳୟ କହିଛି। ରିପୋର୍ଟ ଅନୁଯାୟୀ, ବୁଧବାର ଦିନ ରାତି ପ୍ରାୟ ସାଢେ ୩ଟାରେ ଏକ ସେହି ଶ୍ରମିକ ମାନେ ରହୁଥିବା ରୋଷେଇ ଘରେ ପ୍ରଥମେ ନିଆଁ ଲାଗିଯାଇଥିଲା। ନିଆଁ ଦେଖିବା ପରେ ଶ୍ରମିକ ମାନେ ଭୟରେ :ଆପାର୍ଟମେଣ୍ଟରୁ ଡେଇଁପଡ଼ିବା ପରେ କିଛି ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ପୋଡାଜଳା ଏବଂ ଧୂଆଁ ନିଶ୍ୱାସରେ ପ୍ରାଣ ହରାଇଥିଲେ। କୁଏତର ଷ୍ଟେଟ ଟିଭି ରିପୋର୍ଟ କରିଛି ଯେ ଅଗ୍ନିକାଣ୍ଡ ଘଟିଥିବା ବିଲ୍ଡିଂରେ ବହୁ ସଂଖ୍ୟକ ଶ୍ରମିକ ରହୁଥିଲେ। ବିଲ୍ଡିଂରୁ ବହୁ ସଂଖ୍ୟକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା, କିନ୍ତୁ ଧୂଆଁ ଓ ନିଆଁ ଘେରି ରହିଥିବାରୁ ଶ୍ୱାସରୁଦ୍ଧ ହୋଇ ପୋଡିଯିବା କାରଣରୁ ଲୋକମାନେ ମୃତ୍ୟୁ ବରଣ କରିଥିଲେ। ସ୍ଥାନୀୟ ଅଧିକାରୀ କହିଛନ୍ତି ଯେ ନିଆଁକୁ ନିୟନ୍ତ୍ରଣକୁ ନିଆଯାଇଛି ଏବଂ ଅଗ୍ନିକାଣ୍ଡ ଘଟଣାର ତଦନ୍ତ କରାଯାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking