ଭୁବନେଶ୍ୱର : ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁ ଥମିବାର ନାଁ ନେଉନାହିଁ । ବନ ବିଭାଗ ପକ୍ଷରୁ ନିଆଁ ଲିଭାଇବାକୁ ଉଦ୍ୟମ ଜାରୀ ରହିଛି । ଏହି ନିଆଁ ଲିଭା କାର୍ଯ୍ୟରେ ୫ଟି ଅଗ୍ନିଶମ ଟିମ୍ ତଥା ହଜାରେରୁ ଉର୍ଦ୍ଧ୍ୱ ବନ କର୍ମଚାରୀ ନିୟୋଜିତ ରହିଛନ୍ତି । ତନ୍ମଧ୍ୟରେ ରହିଛନ୍ତି ୮ ଶହ ବନକର୍ମଚାରୀ ଓ ୨୫୦ ଜଣ ଜଙ୍ଗଲ ଜଗୁଆଳୀ । ୨୧୦ଟି ବ୍ଲୋୟର ମେସିନ ମଧ୍ୟ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ରହିଛି । ଫାୟାର ଲାଇନ କରାଯାଉଛି, ଯାହାଦ୍ୱାରା କି ନିଆଁ ଆଉ ଆଗକୁ ମାଡି ପାରିବ ନାହିଁ । ମୟୂରଭଞ୍ଜ ଜିଲ୍ଲାରେ ଥିବା 4 ଟି ବନଖଣ୍ଡ ବାରିପଦା, ଉଦଳା, ରାଇରଙ୍ଗପୁର , କରଞ୍ଜିଆ ଏବଂ ଶିମିଳିପାଳ ବ୍ୟାଘ୍ର ସଂକ୍ଷରଣ ପ୍ରକଳ୍ପର ମୋଟ ୨୧ ଟି ରେଞ୍ଜରୁ ୮ ଟି ରେଞ୍ଜରେ ୨୦ ଟି ବିଟରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି ତେବେ ନିଆଁକୁ ଆୟତ୍ତ କରିବା ପାଇଁ ବିଭାଗର ୮୦୦ ବନ କର୍ମଚାରୀ, ୨୫୦ ନିଆଁ ଲିଭା ସ୍ବେଚ୍ଛାସେବୀ , ୨୪୦ ଟି ନିଆଁ ଲିଭା ଯନ୍ତ୍ର ସହ ୪୦ ଟି ଅଗ୍ନିଶମ ବିଭାଗର ଗାଡି ନିୟୋଜିତ ଅଛନ୍ତି ।