30.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଉଡାଣ ଭରିବାର ଟିକେ ସମୟ ପୂର୍ବରୁ ଜଣେ ଯାତ୍ରୀ କହିଲେ ସେ କରୋନା ପଜିଟିଭ, ଆଉ...

ଉଡାଣ ଭରିବାର ଟିକେ ସମୟ ପୂର୍ବରୁ ଜଣେ ଯାତ୍ରୀ କହିଲେ ସେ କରୋନା ପଜିଟିଭ, ଆଉ ତା ପରେ..

ନୂଆଦିଲ୍ଲୀ: ଇଣ୍ଡିଗୋ ଏୟାରଲାଇନର ଏକ ଫ୍ଲାଇଟ ଦିଲ୍ଲୀରୁ ଉଡାଣ ଭରିବାର କିଛି ସମୟ ପୂର୍ବରୁ ଏକ ଘଟଣା ସାମ୍ନାକୁ ଆସିଛି । ଫ୍ଲାଇଟରେ ସମସ୍ତ ଯାତ୍ରୀ ପ୍ରବେଶ କରିସାରିବା ପରେ ଆଗ ସିଟରେ ବସିଥିବା ଜଣେ ଯାତ୍ରୀ ବିମାନର ଷ୍ଟାଫଙ୍କୁ ସେ କରୋନା ପଜିଟିଭ ହୋଇଥିବା ନେଇ କହିଥିଲେ । ସୂଚନା ମୁତାବକ, ଏହାପରେ ବିମାନକୁ ପୁଣିଥରେ ରନୱେରୁ ପାର୍କିଂ କୁ ଅଣାଯାଇଥିଲା । ଉକ୍ତ ଯାତ୍ରୀ ଜଣକ କରୋନା ପଜିଟିଭ ହୋଇଥିବା ନେଇ ରିପୋର୍ଟ ମଧ୍ୟ ଦେଖାଇଥିଲେ । ପରେ ଗ୍ରାଉଣ୍ଡ କଣ୍ଟ୍ରୋଲରଙ୍କୁ ସୂଚନା ଦିଆଯାଇଥିଲା । ସୂତ୍ରରୁ ପ୍ରକାଶ ଯେ ବିମାନକୁ ପରିଷ୍କାର କରିବା ଏବଂ ସୁରକ୍ଷା ମାନଦଣ୍ଡକୁ ପୂରଣ କରିବା ପାଇଁ ଉଦ୍ୟମ ମଧ୍ୟରେ ଯାତ୍ରୀମାନଙ୍କୁ PPI ଗାଉନ୍ ଦିଆଯାଇଥିଲା ଏବଂ ସେମାନଙ୍କୁ ଯାତ୍ରା ସମୟରେ ପିନ୍ଧିବାକୁ କୁହାଯାଇଥିଲା। ଏଥି ସହ କୋଭିଡ ସଂକ୍ରମିତ ଯାତ୍ରୀଙ୍କୁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲର କୋଭିଡ କେନ୍ଦ୍ରକୁ ନିଆଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking