ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ବିଜୟୱାଡାର ଗନ୍ନାଭରମ ଆନ୍ତର୍ଜାତୀୟ ବିମାନବନ୍ଦରରେ କଷ୍ଟମ୍ସ ଅଧିକାରୀଙ୍କ କୋଠରୀରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ସଫ୍ଟୱେର୍ ଉପକରଣ, ଇମିଗ୍ରେସନ୍ ରୁମ୍ରେ ଥିବା ଏକ ସ୍ପ୍ଲିଟ୍ ଏୟାର କଣ୍ଡିସନର ଏବଂ କଷ୍ଟମ୍ସ ଅଧିକାରୀଙ୍କ ଲଗେଜ୍ ବ୍ୟାଗ ନଷ୍ଟ ହୋଇଯାଇଛି । ପୁରା ଅଂଚଳ ଧୂଆଁ ମୟ ଦେଖାଦେଇଛି । ଅଗ୍ନିଶମ କର୍ମଚାରୀମାନେ ତୁରନ୍ତ ପଦକ୍ଷେପ ନେଇ ନିଆଁକୁ ନିୟନ୍ତ୍ରଣ କରିଥିଲେ। ଫଳରେ ଏକ ବଡ଼ ଦୁର୍ଘଟଣାକୁ ରୋକି ଦିଆଯାଇଥିଲା। ଏହି ଅଘଟଣାରେ କୋଣସି ମୃତାହତଙ୍କ ରିପୋର୍ଟ ପ୍ରକାଶ ପାଇନାହିଁ ।










