28.1 C
Bhubaneswar
Sunday, September 22, 2024
Homeଓଡିଶାପେଟ୍ରୋଲ ପମ୍ପ ଅଫିସରେ ଅଗ୍ନିକାଣ୍ଡ

ପେଟ୍ରୋଲ ପମ୍ପ ଅଫିସରେ ଅଗ୍ନିକାଣ୍ଡ

ପୁରୀ: ପୁରୀ ଜିଲ୍ଲା ପିପିଲି ସାତଶଙ୍ଖ ରୂପଦେଇପୁର ଛକ ନିକଟରେ ଥିବା ପେଟ୍ରୋଲ ପମ୍ପ ଅଫିସରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ପୋଡି ପାଉଁଶ ହୋଇଯାଇଛି। ପେଟ୍ରୋଲ ପକାଇବାକୁ ଆସିଥିବା ଗ୍ରାହକମାନେ ଏକ ବଡ ଅଘଟଣରୁ ବର୍ତ୍ତି ଯାଇଛନ୍ତି। ଏହାପରେ ତୁରନ୍ତ ପିପିଲି ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା। ନିଆଁ ବ୍ୟାପିବା ପୂର୍ବରୁ ଅଗ୍ନିଶମ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ନିଆଁ ଲାଗିବାର କାରଣ ଜଣାପଡିନଥିବାବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking