31.1 C
Bhubaneswar
Sunday, May 19, 2024
Homeକରୋନାମାସ୍କ ପିନ୍ଧିଲେ ଗଣିବେ ଫାଇନ୍

ମାସ୍କ ପିନ୍ଧିଲେ ଗଣିବେ ଫାଇନ୍

ନୂଆଦିଲ୍ଲୀ : ବର୍ତ୍ତମାନ ସମଗ୍ର ଦେଶବାସୀ କରୋନାର ଦ୍ୱିତୀୟ ଲହରକୁ ନେଇ ଆଶଙ୍କା ମଧ୍ୟରେ ରହିଛନ୍ତି । ଘରେ, ବାହାରେ ମାସ୍କ ପିନ୍ଧିବା ଏକପ୍ରକାର ବାଧ୍ୟତାମୂଳକ କରାଯାଇଛି । ଏପରିକି ସଂକ୍ରମଣକୁ ରକ୍ଷା ପାଇବାକୁ ହେଲେ ଡବଲ୍ ମାସ୍କ ବ୍ୟବହାର କରିବାକୁ କୁହାଯାଇଛି । ହେଲେ ଆପଣ ଏକଥା ଶୁଣି ଆଶ୍ଚର୍ଯ୍ୟ ହେବେ ଯେ, ଏଣିକି ଆପଣମାନେ ମାସ୍କ ପିନ୍ଧିଲେ ଜରିମାନା ଦେବେ । କରୋନା ମହାମାରୀରୁ ରକ୍ଷା ପାଇବାକୁ ହେଲେ ମାସ୍କ ଏକମାତ୍ର ବିକଳ୍ପ ବୋଲି ପୂର୍ବରୁ କୁହାଯାଉଥିଲା । ମାତ୍ର ଏବେ କୋଭିଡ୍ ସଚେତନତାକୁ ନେଇ ଆସିଛି ଏକ ବ୍ୟତିକ୍ରମ । ଆସନ୍ତୁ ଜାଣିବା ସେ ବିଷୟରେ । ଏକ ରେଷ୍ଟୁରାଣ୍ଟରେ ଏପରି ନିୟମ ପ୍ରଣୟନ କରାଯାଇଛି । ରେଷ୍ଟୁରାଣ୍ଟକୁ ଆସୁଥିବା କଷ୍ଟମରମାନେ ମାସ୍କ ପିନ୍ଧିପାରିବେ ନାହିଁ । ଯିଏ ମାସ୍କ ପିନ୍ଧିବ, ସିଏ ୫ ଡଲାର ଫାଇନ୍ ଗଣିବାକୁ ବାଧ୍ୟ ହେବ। ଆମେରିକାରେ ଥିବା ଏହି ରେଷ୍ଟୁରାଣ୍ଟର ମାଲିକ ରେଷ୍ଟୁରାଣ୍ଟରୁ ମାସ୍କ ବାବଦକୁ ଆଦାୟ କରାଯାଉଥିବା ଫାଇନକୁ ଏକ ଟ୍ରଷ୍ଟକୁ ଦାନ କରୁଥିବା କହିଛନ୍ତି । ଏହାଦ୍ୱାରା ଅନେକ ଅନାଥ ପିଲା ଉପକୃତ ହେଉଥିବା କୁହାଯାଇଛି । ଏହି ଖବର ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବା ପରେ ଅନେକ ଏହି କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠାଇଥିବା ବେଳେ ଆଉ କେତେଜଣ ସ୍ୱାଗତ କରିଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking