ଭଦ୍ରକ : ପାନ, ଗୁଟଖା, ଖଇନି ଖାଉଛନ୍ତି ! ତେବେ ଆଗରୁ ସାବଧାନ । ବାହାରେ ଛେପ ପକାଇଲେ ଗଣିବାକୁ ପଡ଼ିବ ୫୦୦ ଟଙ୍କା ତଣ୍ଡ । ଭଦ୍ରକ ଜିଲ୍ଲା ପ୍ରଶାସନ ଜାରି କରିଛନ୍ତି ନୋଟିସ । ଯିଏ ବାହରେ ଛେପ ପକାଇବ ତାହାଠାରୁ ୫୦୦ ଟଙ୍କା ଜରିମାନା ଆଦାୟ କରାଯିବ ।କୋରାପୁଟ ଜିଲ୍ଲା ପ୍ରଶାସନ ମଧ୍ୟ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିଛି। ଏଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ଯେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଭୁଲ୍ ପାଇଁ ୨୦୦ ଟଙ୍କା ଜରିମାନା ଆଦାୟ କରାଯିବ। ଅର୍ଥାତ୍ ଜଣେ ବ୍ୟକ୍ତି ତିନି ଥର ନିୟମ ଉଲ୍ଲଂଘନ କଲେ ୨୦୦ ଟଙ୍କା ଲେଖାଏ ଜରିମାନା ଦେବେ। ଏହା ପରେ ପୁଣି ନିୟମ ଭାଙ୍ଗି ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ତାଙ୍କ ଠାରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ଫାଇନ୍ ଆଦାୟ କରାଯିବ। ବ୍ଲକ୍ ସଂପ୍ରସାରଣ ଅଧିକାରୀ, ଅତିରିକ୍ତ ତହସିଲଦାର, ଥାନା ଏଏସ୍ଆଇ କିମ୍ବା ସହରାଞ୍ଚଳରେ ଓ୍ୱାର୍ଡ ଅଫିସର୍ ଏବଂ ସେମାନଙ୍କ ଉପରୀସ୍ଥ ଅଧିକାରୀମାନେ ଏହି ଜରିମାନା ଆଦାୟ କରିପାରିବେ। ସଂପ୍ରତି ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏପରି ନିର୍ଦେଶ ଦିଆଯାଇଥିବା ସୂଚନା ମିଳିଛି । ପୂର୍ବରୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ମଧ୍ୟ ଅନୁରୂପ ନିର୍ଦେଶନାମା ଜାରି କରିଥିଲେ ।
https://onakhabar.com/2020/04/15/fine-will-be-imposed-in-case-of-spitting-in-public-places/