27.1 C
Bhubaneswar
Friday, June 21, 2024
Homeସ୍ୱାସ୍ଥ୍ୟଜାଣନ୍ତୁ କେଉଁ ଚିନି ସ୍ୱାସ୍ଥ୍ୟ ପ୍ରତି ହିତକର

ଜାଣନ୍ତୁ କେଉଁ ଚିନି ସ୍ୱାସ୍ଥ୍ୟ ପ୍ରତି ହିତକର

ଭୁବନେଶ୍ୱର : ମିଠା ଅଧିକାଂଶ ଲୋକଙ୍କର ପ୍ରିୟ ଖାଦ୍ୟ। ସେଥିପାଇଁ ବିଭିନ୍ନ ପ୍ରକାର ଖାଦ୍ୟରେ ମିଠାର ସ୍ୱାଦ ଅନୁଭବ କରିବା ପାଇଁ ଚିନିକୁ ବ୍ୟବହାର କରାଯାଏ। କିନ୍ତୁ ଏହି ଚିନି ସ୍ୱାସ୍ଥ୍ୟ ପାଇଁ ହାନିକାରଣ ସାବ୍ୟସ୍ତ ହୋଇଥାଏ। ଆମେ ଦୈନନ୍ଦିନ ଜୀବନରେ ବ୍ୟବହାର କରୁଥିବା ଚିନି ଯୋଗୁ ଟାଇପ-୨ ମଧୁମେହ ସାଙ୍ଗକୁ ହୃଦରୋଗ ହୋଇଥାଏ। ଏହାସହିତ ବୋଧଶକ୍ତି ମଧ୍ୟ ହ୍ରାସ ପାଇଥାଏ। ତେବେ ଅନେକ ଲୋକ ଚିନିର ବିକଳ୍ପ ଭାବେ ଗୁଡ଼କୁ ବାଛନ୍ତି। ତେଣୁ ଦୁନିଆରେ ଏହି ଗୋଟିଏ ପ୍ରକାର ଚିନି ନାହିଁ। ଆଉ କିଛି ପ୍ରକାର ଚିନି ରହିଛି, ଯାହା ଶରୀର ଉପରେ ବିଶେଷ ପ୍ରଭାବ ପକାଇ ନ ଥାଏ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦିଅନ୍ତି। ଆସନ୍ତୁ ଜାଣିବା ଏହି ଚିନି ବିଷୟରେ:

କୋକୋନଟ୍‌‌ ସୁଗାର: ଏହାକୁ ଓଡ଼ିଆରେ ନଡ଼ିଆ ଚିନି ବି କହିପାରିବା। କିନ୍ତୁ ଏହା ନଡ଼ିଆରୁ ତିଆରି ହୋଇ ନ ଥାଏ। ନଡ଼ିଆ ଗଛର ଫୁଲରୁ ରସ ବାହାର କରି ଏହି ଚିନି ପ୍ରସ୍ତୁତ କରାଯାଏ। ସାଧାରଣ ଧଳା ଚିନି ବା ରିଫାଇନ୍‌‌ଡ ଚିନି ତୁଳନାରେ ଏହା ସ୍ୱାସ୍ଥ୍ୟ ପାଇଁ ଭଲ। ଏଥିରେ ଗ୍ଲାଇକେମିକ୍‌‌ ଇଣ୍ଡେକ୍ସ (ଜିଆଇ) ମାତ୍ରା କମ୍‌‌ ଥାଏ। ଏହାଦ୍ୱାରା ରକ୍ତରେ ସୁଗାର ସ୍ତର ଜଳଦି ବୃଦ୍ଧି ପାଇ ନ ଥାଏ। ତଥାପି ଏଥିରେ ଫ୍ରୁକ୍ଟୋଜ ଏବଂ କ୍ୟାଲୋରି ରହିଛି। ତେଣୁ ଏହାର ମାତ୍ରାଧିକ ସେବନ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ।

ବ୍ରାଉନ ସୁଗାର: ଏହା ମଧ୍ୟ ଏକ ପ୍ରକାର ରିଫାଇନ୍‌‌ଡ ସୁଗାର। ଏହା ଦେଖିବାକୁ ଧୁସର ରଙ୍ଗର। ଏହାକୁ ବିସ୍କୁଟ, କେକ୍‌‌ ଏବଂ ଅନ୍ୟାନ୍ୟ ଖାଦ୍ୟରେ ବ୍ୟବହାର କରାଯାଏ। ଏଥିରେ ଗ୍ଲାଇକେମିକ୍‌‌ ଇଣ୍ଡେକ୍ସ (ଜିଆଇ) ମାତ୍ରା ଅଧିକ ଥାଏ। ମଧ୍ୟମ ମାତ୍ରାରେ ଏହାକୁ ବ୍ୟବହାର କରିବା ଉଚିତ। କିନ୍ତୁ ଏହା ଧଳା ରିଫାଇନ୍‌‌ଡ ଚିନି ତୁଳନାରେ ଭଲ।

ସାଧାରଣ ଧଳା ଚିନି: ଏହି ଚିନିକୁ ଆମେ ଦୈନନ୍ଦିନ ଜୀବନରେ ବହୁଳ ବ୍ୟବହାର କରିଥାଏ। ଏହା ଆଖୁରସରୁ ତିଆରି ହୋଇଥାଏ। ଏଥିରେ ଭାଇଟାମିନ୍‌‌ସ, ମିନେରାଲ୍‌‌ସ କିମ୍ବା ଫାଇବର ଭଳି ପୋଷକତତ୍ତ୍ୱ ନ ଥାଏ। ଏହାର ମାତ୍ରାଧିକ ବ୍ୟବହାର କଲେ ଅନେକ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ, ଯେପରି କି ଟାଇପ-୨ ଡାଇବେଟିସ, ହୃଦରୋଗ, ମୋଟାପା। ଏଥିରେ ଗ୍ଲାଇକେମିକ୍‌‌ ଇଣ୍ଡେକ୍ସ (ଜିଆଇ) ମାତ୍ରା ଅତ୍ୟଧିକ ରହିଥାଏ। ଯାହା ରକ୍ତରେ ସର୍କରା ପରିମାଣକୁ ଦ୍ରୁତଗତିରେ ବୃଦ୍ଧି କରିଥାଏ। ଏହା ହଜମ ଶକ୍ତିକୁ ବି ଦୁର୍ବଳ କରିଥାଏ।

ଗୁଡ଼: ଗୁଡ଼ ଏକ ପ୍ରକାର ପାରମ୍ପରିକ ଖାଦ୍ୟ। ଆଖୁରସରୁ ଏହା ପ୍ରସ୍ତୁତ ହୋଇଥାଏ। ଚିନିର ସବୁଠାରୁ ଉତ୍ତମ ବିକଳ୍ପ ହେଉଛି ଗୁଡ଼। ଆୟୁର୍ବେଦରେ ଗୁଡ଼କୁ ବହୁଳ ବ୍ୟବହାର କରାଯାଏ। ଏହା ହଜମ ଶକ୍ତିକୁ ବୃଦ୍ଧି କରିଥାଏ। ରକ୍ତ ସର୍କରାରେ ଏହା କୌଣସି ପ୍ରଭାବ ପକାଇ ନ ଥାଏ ବୋଲି ଅନେକ ଅଧ୍ୟୟନରୁ ଜଣାପଡ଼ିଛି।
କେଉଁଟି ସ୍ୱାସ୍ଥ୍ୟ ପାଇଁ ହିତକର: ଚିନିକୁ ନେଇ ସମସ୍ତଙ୍କ ପସନ୍ଦ ଭିନ୍ନ। କିନ୍ତୁ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ସବୁଠୁ ଉତ୍ତମ ହେଉଛି ଗୁଡ଼। ଯେଉଁମାନେ ଗୁଡ଼କୁ ପସନ୍ଦ କରନ୍ତି ନାହିଁ, ସେମାନେ କୋକୋନଟ୍‌‌ ସୁଗାର ବ୍ୟବହାର କରିପାରିବେ। କିନ୍ତୁ ଧଳା ଚିନି ସବୁଠୁ କ୍ଷତିକାରକ। ଏହା ଶରୀରରେ ବିଭିନ୍ନ ଗୁରୁତର ରୋଗର କାରକ ବୋଲି ସେମାନେ କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking