26.1 C
Bhubaneswar
Thursday, September 19, 2024
Homeଦୁର୍ଗା ପୂଜା - 2024ମହିଷାସୁର ବଦ୍ଧ ପାଇଁ ମା’ ଦୁର୍ଗାଙ୍କୁ କେଉଁ ଦେବତା ନିଜ ଅସ୍ତ୍ର ପ୍ରଦାନ କରିଥିଲେ ଜାଣନ୍ତୁ...

ମହିଷାସୁର ବଦ୍ଧ ପାଇଁ ମା’ ଦୁର୍ଗାଙ୍କୁ କେଉଁ ଦେବତା ନିଜ ଅସ୍ତ୍ର ପ୍ରଦାନ କରିଥିଲେ ଜାଣନ୍ତୁ…

ଭୁବନେଶ୍ୱର : ଦୁର୍ଗା ପୂଜା ଆଶ୍ୱିନ ମାସରେ ହିନ୍ଦୁମାନେ ପାଳନ କରୁଥିବା ଏକ ଉତ୍ସବ । ଏହା ଅସତ୍ୟ ଓ ଅନ୍ୟାୟ ଉପରେ ସତ୍ୟ ଓ ନ୍ୟାୟର ବିଜୟର ନିଦର୍ଶନ । ଦେବୀ ଭାଗବତ ଓ ସପ୍ତଶତୀ ଚଣ୍ଡୀରେ ବର୍ଣ୍ଣିତ ଅଛି ମେଧାଋଷିଙ୍କର ମାର୍ଗ ଦର୍ଶନରେ ମାତା ଦୁର୍ଗାଙ୍କୁ ସନ୍ତୁଷ୍ଟ କରି ତାଙ୍କ ଆଶୀର୍ବାଦରୁ ରାଜ୍ୟହୀନ ରାଜା ସୁରଥ ପୁନଃ ନିଜ ରାଜ୍ୟ ଫେରି ପାଇଥିଲେ ଓ ସମାଧି ବୈଶ୍ୟ ମଧ୍ୟ ନିଜର ଅଭିଳଷିତ ବର ଲାଭ କରି ପାରିଥିଲେ । ସମସ୍ତ ଦେବତା ଯେବେ ମହିଷାସୁରର ଅତ୍ୟାଚାରରେ ସନ୍ତ୍ରପ୍ତ ହୋଇ ବ୍ରହ୍ମାଙ୍କ ଶରଣାପନ୍ନହେଲେ ସେତେବେଳେ ବ୍ରହ୍ମା, ଶ୍ରୀବିଷ୍ଣୁ ଓ ଶିବଙ୍କ ପରାମର୍ଶରେ ସମସ୍ତ ଦେବତାଙ୍କ ତେଜ ସମ୍ମିଳିତ କରି କାତ୍ୟାୟନ ଋଷିଙ୍କ ଆଶ୍ରମରେ ଯଜ୍ଞକୁଣ୍ଡରୁ ମାୟା ବୀଜଦ୍ୱାରା ଦୁର୍ଗାଙ୍କୁ ଆବାହନ କଲେ, ଏବଂ ଦେବୀ ଦୁର୍ଗା ପ୍ରକଟୀତା ହେଲେ । ସମସ୍ତ ଦେବତା ନିଜ ନିଜ ଆୟୁଧ ଦୁର୍ଗାଙ୍କୁ ଦାନ କଲେ,ଶେଷରେ ଦେବୀ ସିଂହ ବାହିନୀ ହୋଇ ମହିଷାସୁର ସହ ଯୁଦ୍ଧ କରିଥିଲେ । ଧରାପୃଷ୍ଠରେ ଅସୁରମାନଙ୍କ ପାପ ବା ଅତ୍ୟାଚାର ବଢ଼ିଯିବାରୁ ଦେବତାମାନଙ୍କ ଅନୁରୋଧ ରକ୍ଷା କରି ଧରାପୃଷ୍ଠକୁ ଓହ୍ଲାଇ ଆସିଥିଲେ ମା’। ଦେବତାମାନେ ଜାଣିଥିଲେ ମହିଷାସୁରକୁ କେବଳ ଦୁର୍ଗା ହିଁ ମାରିପାରିବେ। ତେଣୁ ସମସ୍ତ ଦେବତା ନିଜ ନିଜର ଅସ୍ତ୍ର ମା’ଙ୍କୁ ଧରାଇଥିଲେ। ଆସନ୍ତୁ ଜାଣିବା କେଉଁ ଦେବତା ମା’ ଦୁର୍ଗାଙ୍କୁ କେଉଁସବୁ ଅସ୍ତ୍ର ପ୍ରଦାନ କରିଥିଲେ।
ତ୍ରିଶୂଳ : ମହିଷାସୁରଙ୍କୁ ବିନାଶ କରିବା ପାଇଁ ମହାଦେବ ମା’ଙ୍କୁ ତ୍ରିଶୂଳ ପ୍ରଦାନ କରିଥିଲେ।
ଶଙ୍ଖ : ଏହାକୁ ବରୁଣ ଦେବତା ମା’ ଦୁର୍ଗାଙ୍କୁ ଅସ୍ତ୍ର ଭାବେ ଦେଇଥିଲେ।
ଚକ୍ର : ପାପୀଙ୍କୁ ବିନାଶ କରିବା ପାଇଁ ଦୁର୍ଗାଙ୍କ ହାତରେ ଚକ୍ର ଧରାଇ ଦେଇଥିଲେ ଦେବତା ବିଷ୍ଣୁ।
ପଦ୍ମ : ଏହାକୁ ଦେବତା ବ୍ରହ୍ମା ମା’ଙ୍କୁ ପ୍ରଦାନ କରିଥିଲେ।
ଖଡ୍‌ଗ : ମହିଷାସୁରକୁ ବଧ କରିବା ପାଇଁ ଦୁର୍ଗାଙ୍କ ହାତରେ ଖଡ୍‌ଗ ଦେଇଥିଲେ କାଳ ବା ଯମଦେବତା।
ଧନୁତୀର : ବାୟୁ ଏବଂ ସୂର୍ଯ୍ୟଦେବତା ଦେବୀ ଦୁର୍ଗାଙ୍କୁ ଧନୁତୀର ପ୍ରଦାନ କରିଥିଲେ।
ସାପ : ତ୍ରିଶୂଳ ସହିତ ସାପ ମଧ୍ୟ ଦୁର୍ଗାଙ୍କୁ ପ୍ରଦାନ କରିଥିଲେ ପ୍ରଭୁ ତ୍ରିଲୋଚନ ।
ଘଡ଼ଘଡ଼ି : ଇନ୍ଦ୍ର ଦେବତା ମା’ଦୁର୍ଗାଙ୍କୁ ଘଡ଼ଘଡ଼ି ପ୍ରଦାନ କରିଥିଲେ। ଯାହାକୁ ଅସ୍ତ୍ର ଭାବେ ବ୍ୟବହାର କରି ମହିଷାସୁରକୁ ବଧ କରିଥିଲେ ମା’।
କୁରାଢ଼ି : ପ୍ରଭୁ ବିଶ୍ୱକର୍ମା ମା’ ଦୁର୍ଗାଙ୍କୁ କୁରାଢ଼ି ପ୍ରଦାନ କରିଥିଲେ।
ଗଦା : କୁବେର ଦେବତା ମା’ ଦୁର୍ଗାଙ୍କୁ ଗଦା ପ୍ରଦାନ କରିଥିଲେ।
ଏସବୁ ଅସ୍ତ୍ର ବ୍ୟବହାର କରି ଶେଷରେ ମା’ ଦୁର୍ଗା ମହିଷାସୁରକୁ ବଧ କରିବାରେ ସକ୍ଷମ ହୋଇଥିଲେ। ପରେ ଧରାପୃଷ୍ଠକୁ ଶାନ୍ତି ମିଳିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking