29.1 C
Bhubaneswar
Wednesday, May 1, 2024
Homeଦେଶ ବିଦେଶଗାଜାରେ ଭୟଙ୍କର ଏୟାରଷ୍ଟ୍ରାଇକ ; ୨୯ ମୃତ

ଗାଜାରେ ଭୟଙ୍କର ଏୟାରଷ୍ଟ୍ରାଇକ ; ୨୯ ମୃତ

ଗାଜା : ଇସ୍ରାଏଲ ପୁଣିଥରେ ଗାଜାରେ ଭୟଙ୍କର ଏୟାରଷ୍ଟ୍ରାଇକ କରିଛି । ଏଠାରେ ଗୋଟିଏ ଆବାସିକ ବିଲିଂ ଉପରେ ଏହି ଆକ୍ରମଣ ହୋଇଛି, ଯେଉଁଥରେ ଅତିକମରେ ୨୯ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଏୟାରଷ୍ଟ୍ରାଇକରେ ୧୨ରୁ ଅଧିକ ଲୋକ ଆହତ ମଧ୍ୟ ହୋଇଛନ୍ତି । ସେପଟେ ଇସ୍ରାଏଲ ସୁରକ୍ଷାବାହାନୀ ଏକ ବିବୃତ୍ତିରେ କହିଛି ଯେ, ଏହାର ବାୟୁସେନା ଗାଜା ଷ୍ଟ୍ରିପରେ ୬୦ରୁ ଅଧିକ ଠିକଣାକୁ ଟାର୍ଗେଟ କରିଛି । ଦକ୍ଷିଣ ଗାଜା ଷ୍ଟ୍ରିପରେ ସ୍ଥିତ ଖାନ ୟୁନିସ୍ ଗଭରନେଟର ଅଲ୍-ବଲାଦ ଏବଂ ଅଲ୍-ଅମଲ ଅଞ୍ଚଳରୁ ୧୩ ଜଣଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି । ତେବେ ଗତବର୍ଷ ଅକ୍ଟୋବରରୁ ଗାଜାରେ ଇସ୍ରାଏଲ ସେନାର ଭୟଙ୍କର ଆକ୍ରମଣ ଜାରି ରହିଥିବା ବେଳେ ଏହାରି ଭିତରେ ଏବେ ଇରାନ ଓ ଇସ୍ରାଏଲ ମଧ୍ଯରେ ଉତ୍ତେଜନା ବଢିବାରେ ଲାଗିଛି । ଏନେଇ ଜେରୁଜେଲମରେ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଡ କହିଛନ୍ତି ଯେ, ଯଦି ଇରାନ ତାଙ୍କ ଦେଶ ଉପରେ ଆକ୍ରମଣ କରେ ତାହେଲେ ଉଚିତ୍ ଜବାବ ଦିଆଯିବ । ଇରାନ ଇସ୍ରାଏଲ ଉପରେ ସିଧାସଳଖ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଇସ୍ରାଏଲ ମଧ୍ଯ ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ କରିଛି । ସମ୍ଭାବ୍ୟ ଆକ୍ରମଣର ଜବାବୀ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି ସମ୍ପର୍କରେ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ଗୁରୁବାର ଦିନ ଆମେରିକାର ପ୍ରତିରକ୍ଷା ସଚିବ ଲଡ ଅଷ୍ଟିନଙ୍କ ସହ ଫୋନରେ କଥା ହୋଇଥିଲେ । ସେ କହିଥିଲେ, ଇସ୍ରାଏଲ ଅଞ୍ଚଳରେ ପ୍ରତ୍ୟକ୍ଷ ଆକ୍ରମଣ ପାଇଁ ଇରାନକୁ ଉପଯୁକ୍ତ ଜବାବ ଦିଆଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking