26.1 C
Bhubaneswar
Wednesday, December 17, 2025
Homeଓଡିଶାନୂତନ ବ୍ୟାଙ୍କ୍ ଅଧିକାରୀଙ୍କ କ୍ଷେତ୍ର ପରିଦର୍ଶନ

ନୂତନ ବ୍ୟାଙ୍କ୍ ଅଧିକାରୀଙ୍କ କ୍ଷେତ୍ର ପରିଦର୍ଶନ

ପିପିଲି: ବ୍ୟାଙ୍କ୍ ସହାୟତାରେ ସଫଳ ଚାଷୀ ଓ ଉଦ୍ୟୋଗପତି ଙ୍କ ନିକଟକୁ ଯାଇ ଅଭିଜ୍ଞତା ସାଉଁଟିଲେ ନୂତନ ଭାବେ ଯୋଗ ଦେଇଥିବା ବ୍ୟାଙ୍କ୍ ଅଧିକାରି,ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ର ୨୫ ଜଣିଆ ଟିମ ଆଜି ପିପିଲି ଓ ଡେଲାଙ୍ଗ ଅଞ୍ଚଳ ର ସଫଳ ଚାଷୀ ଓ ଉଦ୍ୟୋଗ ପତି ଙ୍କ ପ୍ରକଳ୍ପ ବୁଲି ଦେଖିଛନ୍ତି।ମହିଳା ଚାଷୀ ଶ୍ରାବଣୀ ପ୍ରଧାନ ଙ୍କ ଏସି କୁକୁଡ଼ା ଫାର୍ମ ଓ ଉଦ୍ୟୋଗ ପତି ବାଲୁଙ୍କେଶ୍ୱର ପ୍ରଧାନ ଙ୍କ ରାଇସ୍ ମିଲ୍ ପରିଦର୍ଶନ କରିଛନ୍ତି । ସରକାର ଙ୍କ ଦ୍ଵାରା ଚାଷୀ ଙ୍କୁ ପ୍ରୋତ୍ସାହନ ଯୋଗାଇ ଦିଆଯାଉ ଥିବା ବେଳେ ଚାଷୀ ଓ ବ୍ୟବସାୟୀ କିଭଳି ଲାଭବାନ ହେବ ସେଇ ନେଇ ଚାଷୀ ଙ୍କ ସହିତ ଆଲୋଚନା କରିଥିଲେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ରୁ ଆସିଥିବା ଅଧିକାରୀ ମାନେ।ଟ୍ରେନିଂ ରେ ଥିବା ଏହି ଅଧିକାରୀ ମାନେ ଚାଷୀ କିପରି ଜ୍ଞାନ କୌଶଳ ରେ ଚାଷ ଓ ବ୍ୟବସାୟ କରି ଲାଭବାନ ହୋଇ ପାରୁଛି ସେଥିପାଇଁ ସରକାରଙ୍କ କିଭଳି ସହାୟତା ରହିଛି ସେ ନେଇ ଆଲୋଚନା କରିଥିଲେ।ସେପଟେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଚାଷ ଓ ଚାଷୀ ର ଉନ୍ନତି ପାଇଁ କାମ କରି ଆସୁଥିବା ବେଳେ ଏହି ଭଳି ପୋଗ୍ରାମ ଟ୍ରେନିଂ ରେ ଥିବା ଅଧିକାରୀ ଙ୍କୁ କାର୍ଯ୍ୟ କ୍ଷେତ୍ରରେ ସହଯୋଗ କରିବ ବୋଲି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ପିପିଲି ଦାଣ୍ଡ ମୁକୁନ୍ଦ ପୁର ଶାଖା ମ୍ୟାନେଜର କହିଛନ୍ତି ।ଅନ୍ୟପଟେ ଆଜିର କ୍ଷେତ୍ର ପରିଦର୍ଶନ ଅଭିଜ୍ଞତା ଆମ କୁ ଚାକିରି ସମୟରେ ଖୁବ୍ ସାହାର୍ଯ୍ୟ କରିବ ବୋଲି କହିଛନ୍ତି ଟ୍ରେନିଂ ରେ ଥିବା ଅଧିକାରୀ ମାନେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking