30.1 C
Bhubaneswar
Monday, May 20, 2024
Homeଦେଶ ବିଦେଶବୋହୁକୁ ନେଇ ଶ୍ୱଶୁର ଫେରାର୍

ବୋହୁକୁ ନେଇ ଶ୍ୱଶୁର ଫେରାର୍

ଲକ୍ଷ୍ନୌ : ଆପଣ ମାନେ ପ୍ରେମକୁ ନେଇ ସମାଜ ସହିତ ଲଢ଼ୁଥିବା ଅନେକ ଯୋଡ଼ିକୁ ଦେଖିଥିବେ । ହେଲେ ଉତ୍ତରପ୍ରଦେଶର ବଦାୟୁରୁ ଏକ ଆଶ୍ଚର୍ଯ୍ୟ କରିବା ପରି ଘଟଣା ସାମନାକୁ ଆସିଛି । ଏଠାରେ ଜଣେ ଶ୍ୱଶୁରକୁ ତାର ବୋହୁ ଏତେ ପସନ୍ଦ ଆସିଲା ଯେ, ତାକୁ ନେଇ ଫେରାର୍ ହୋଇଯାଇଛି । ଏଥିରେ ବୋହୁ ବି ସହମତି ପ୍ରକାଶ କରିଛି । ଆଉ ଫେରାର୍ ହେବାର ଅନେକ ବର୍ଷ ପରେ ଗୋଟିଏ ଦୁଇ ବର୍ଷର ଛୁଆକୁ ନେଇ ଦୁହେଁ ଘରକୁ ଫେରିଛନ୍ତି । ଏହି ଘଟଣା ଏବେ ଉକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଅନୁୁଯାୟୀ, ଏହି ମାମଲା ବଦାୟୁର ବିସୌଲୀ କୋତୱାଲୀ ଅଞ୍ଚଳରୁ ଆସିଛି । ମହିଳାଙ୍କ ବିବାହ ୨୦୧୬ରେ ହୋଇଥିବା ବେଳେ ସେ ସମୟରେ ସେ ନାବାଳିକା ଥିଲେ । ବିବାହ କରି ଆସିବା ପରେ ଶ୍ୱଶୁର ନିଜ ବୋହୁକୁ ପ୍ରେମ କରି ବସିଥିଲେ । ସେ ସମୟରେ ବୋହୁ ଓ ପୁଅ ମଧ୍ୟରେ ଝଗଡ଼ା ଦେଖା ଦେଇଥିଲେ । ଯାହାପରେ ବୋହୁ ଜଣକ ଶ୍ୱଶୁରଙ୍କ ଆଡ଼କୁ ଢ଼ଳିବାରେ ଲାଗିଥିଲେ । ଏମିତି କିଛି ଦିନ ବିିତିବାପରେ ଉଭୟ ଶ୍ୱଶୁର ବୋହୁ ବିବାହ କରିବା ନେଇ ନିଷ୍ପତି ନେଲେ । ତେଣୁ ସ୍ୱାମୀଙ୍କ ଠାରୁ ମହିଳା ଜଣକ ଛାଡପତ୍ର ନେଇଥିଲେ ଓ ନିଜ ଇଚ୍ଛାରେ ଶ୍ୱଶୁରଙ୍କ ସହିତ ବିବାହ କଲେ । ଶ୍ୱଶୁରଙ୍କ ବୟସ ୪୫ ବର୍ଷ ହୋଇଥିବା ଜଣାପଡ଼ିଛି । ତେବେ ବିବାହର ଅନେକ ବର୍ଷ ପରେ ସେମାନେ ଗୋଟିଏ ଦୁଇ ବର୍ଷର ଛୁଆକୁ ନେଇ ଘେରକୁ ଫେରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking