15.1 C
Bhubaneswar
Thursday, January 15, 2026
Homeଦେଶ ବିଦେଶଡ୍ରେସ ଖୋଲିବାକୁ ଝିଅକୁ ବାଧ୍ୟ କଲା ବାପା, ଶେଷରେ କ’ଣ ହେଲା ଜାଣନ୍ତୁ..

ଡ୍ରେସ ଖୋଲିବାକୁ ଝିଅକୁ ବାଧ୍ୟ କଲା ବାପା, ଶେଷରେ କ’ଣ ହେଲା ଜାଣନ୍ତୁ..

ଲକ୍ଷ୍ନୌ: ବାପା ଏବଂ ଝିଅର ସମ୍ପର୍କ ହେଉଛି ଏକ ପବିତ୍ର ସମ୍ପର୍କ। କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ ଏହି ପବିତ୍ର ସମ୍ପର୍କକୁ କଳୁଷିତ କରୁଛନ୍ତି। ଉତ୍ତର ପ୍ରଦେଶର ବରେଲିରେ ମଧ୍ୟ ଏପରି କିଛି ଘଟଣା ଘଟିଛି। ଏଠାରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି।ତାଙ୍କ ସ୍ୱାମୀଙ୍କର ତାଙ୍କ ୧୪ ବର୍ଷର ଝିଅ ଉପରେ ଖରାପ ନଜର ଥିବା ନେଇ ସେ ଥାନାରେ ଅଭିଯୋଗ କରିଛନ୍ତି। ଏପରିକି ତାଙ୍କ ଝିଅ ଏକୁଟିଆ ଥିବା ବେଳେ ତାଙ୍କ ସ୍ବାମୀ, ଝିଅ ସହ ଛେଡଛାଡ଼ କରନ୍ତି । କେବଳ ଏତିକି ନୁହେଁ, ସେ ଘରୁ ଲକ୍ଷ ଲକ୍ଷ ଟଙ୍କାର ଜିନିଷ ଲୁଟ କରି ଏବେ ଫେରାର୍ ହୋଇଯାଇଥିବା ସେ ଅଭିଯୋଗ କରିଛନ୍ତି। ତାଙ୍କ ସ୍ୱାମୀ ଅଳଙ୍କାର, ନଗଦ ଟଙ୍କା ଏବଂ ଏକ ସ୍କୁଟି ଲୁଟ କରି ଘରୁ ପଳାଇ ଯାଇଥିବା ମହିଳା ଜଣକ ପୋଲିସକୁ କହିଛନ୍ତି । ମହିଳାଙ୍କ ଅଭିଯୋଗ କ୍ରମେ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ଏହି ଘଟଣାଟି କ୍ୟାଣ୍ଟ ଥାନା ଅଞ୍ଚଳର ଏକ କଲୋନୀର । ତେବେ ଏହି ଘଟଣା ବିଷୟରେ ସୂଚନା ପାଇବା ପରେ, ସ୍ୱାମୀକୁ ପ୍ରତିବାଦ କରିଥିଲା ସ୍ତ୍ରୀ । କିନ୍ତୁ ଅଭିଯୁକ୍ତ ଜଣକ ତାର ସ୍ତ୍ରୀ ଅବଂ ଝିଅକୁ ନିର୍ଦ୍ଧୁମ ମାଡ଼ ମାରିଥିବା ଅଭିଯୋଗ ହୋଇଛି । କେବଳ ଏତିକି ନୁହେଁ, ତାଙ୍କ ସ୍ତ୍ରୀ ମଥ୍ରୁ ସିନ୍ଦୂର ପୋଛି ଛୋପ ପକାଇଥିଲା ଅଭିଯୁକ୍ତ । ଏହା ପରେ ସେ ଘରେ ରଖିଥିବା ଅଳଙ୍କାର, ନଗଦ ଟଙ୍କା ଏବଂ ସ୍କୁଟି ନେଇ ଫେରାର ହୋଇଯାଇଛନ୍ତି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଏବଂ ଯଥାଶୀଘ୍ର ତାଙ୍କୁ ଧରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛି ପୋଲିସ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking