32.1 C
Bhubaneswar
Tuesday, July 2, 2024
Homeଓଡିଶାମର୍ମନ୍ତୁଦ ସଡକ ଦୁର୍ଘଟଣା: ୧ ମୃତ, ୧ ଗୁରୁତର

ମର୍ମନ୍ତୁଦ ସଡକ ଦୁର୍ଘଟଣା: ୧ ମୃତ, ୧ ଗୁରୁତର

ସାନଖେମୁଣ୍ଡି: ୩୨୬ନଂ ଜାତୀୟ ରାଜପଥର ଆସିକା-ଦିଗପହଣ୍ଡି ମୁଖ୍ୟରାସ୍ତା ପାଟପୁର ଥାନା ଶ୍ରୀଚନ୍ଦନପୁର ଗ୍ରାମ ଛକ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣଙ୍କ ହେଲେ ପାଟପୁର ଥାନା ପି.ଜଗନ୍ନାଥପୁର ଗ୍ରାମର ଡାକ୍ତର ସ୍ବାଇଁ (୬୫), ଆହତ ଜଣଙ୍କ ହେଲେ ଶ୍ରୀଚନ୍ଦନପୁର ଗ୍ରାମର ଦିବ୍ୟlଙ୍ଗ କୋରା ପାତ୍ର (୩୮) ।

ସୂଚନା ମୁତାବକ ଦିବ୍ୟlଙ୍ଗ କୋରା ପାତ୍ର ନିଜର ଟ୍ରାଇ ସାଇକେଲରୁ ଓହ୍ଲାଇ ନଳକୂପକୁ ଗାଧୋଇବା ପାଇଁ ଯାଉଥିବା ବେଳେ ଶେରଗଡ଼ରୁ ଦିଗପହଣ୍ଡି ଅଭିମୁଖେ ଆସୁଥିବା ଏକ ଗାଡ଼ି ଧକ୍କା ଦେଇଥିଲା । ଦୁର୍ଘଟଣାରେ କୋରା ପାତ୍ର ଗୁରୁତର ଆହତ ହୋଇଥିଲେ । ପରେ ଶ୍ରୀଚନ୍ଦନପୁର ଶିବ ମନ୍ଦିରରୁ ଦର୍ଶନ ସାରି ଘରକୁ ଫେରୁଥିବା ଡାକ୍ତରଙ୍କୁ ଧକ୍କା ଦେଇ ଚାଲିଯାଇଥିଲା, ଘଟଣା ସ୍ଥଳରେ ଡାକ୍ତରଙ୍କ ମୃତ୍ୟୁ ହୋଇଥିଲା । ଖବର ପାଇ ସ୍ଥାନୀୟ ଲୋକ ଘଟଣା ସ୍ଥଳରେ ପହଞ୍ଚି ଆହତକୁ ଉଦ୍ଧାର କରି ଶେରଗଡ଼ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking