31.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶମର୍ମନ୍ତୁଦ ସଡକ ଦୁର୍ଘଟଣା: ୭ ମୃତ

ମର୍ମନ୍ତୁଦ ସଡକ ଦୁର୍ଘଟଣା: ୭ ମୃତ

ପାଟଣା : ଅଧା ରହିଗଲା ମା’ ତାରିଣୀ ଦର୍ଶନ, ଚାଲିଗଲା ୭ ଜୀବନ । ଏକ  ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଶୁକ୍ରବାର ସକାଳୁ ୭ ଜଣଙ୍କର ମୃତ୍ୟୁ ଘଟିଛି । ଏଥିରେ ୮ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ଘଟଗାଁ ମେଡିକାଲରେ ଭର୍ତ୍ତି କରାଯାଇଛି।
୨୦ ନମ୍ବର ଜାତୀୟ ରାଜପଥର ଘଟଗାଁ ଥାନା ବାଲିଯୋଡି ନିକଟରେ ପର୍ଯ୍ୟଟକଙ୍କ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଭ୍ୟାନଟି ଟ୍ରକକୁ ପିଟିଥିବା କୁହାଯାଉଛି ।

ଗଞ୍ଜାମ ଦିଗପହଣ୍ଡି ଅଞ୍ଚଳର ପୋଡ଼ାମାରି ଗାଁର ୨ଟି ପରିବାରର ୨୦ ଜଣ ଲୋକ ଏକ ଭ୍ୟାନରେ ମା’ ତାରିଣୀଙ୍କ ଦର୍ଶନ ପାଇଁ ଆସୁଥିଲେ । ତେବେ ତାରିଣୀ ମନ୍ଦିରଠାରୁ ମାତ୍ର ତିନି କିଲୋମିଟର ପୂର୍ବରୁ ରାସ୍ତା କଡ଼ରେ ଛିଡା ହୋଇଥିବା ଏକ ଟ୍ରକ ସହିତ ଭ୍ୟାନର ଧକ୍କା ଦେଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking