32.1 C
Bhubaneswar
Friday, June 21, 2024
Homeଦେଶ ବିଦେଶମର୍ମନ୍ତୁଦ ସଡକ ଦୁର୍ଘଟଣା : ୬ ମୃତ

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୬ ମୃତ

ବିଜୟୱାଡା: ଆନ୍ଧ୍ରପ୍ରଦେଶର କୃଷ୍ଣା ଜିଲ୍ଲାରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । କଣ୍ଟେନର ଓ ଡିସିଏମ୍‌ ଭ୍ୟାନ୍‌ ମଧ୍ୟରେ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଛି। ପୁଲିସ କହିବା ଅନୁସାରେ ଏହି ଦୁର୍ଘଟଣା କ୍ରୁଥିବେତ୍ରୁ ମଣ୍ଡଳର ସୀତାନପଲ୍ଲୀ ନିକଟରେ ହୋଇଛି। ଦୁର୍ଘଟଣାରେ ଉଭୟ ବାହନ ଚାଳକଙ୍କର ମୃତ୍ୟୁ ହୋଇଛି। ରିପୋର୍ଟ ଅନୁସାରେ କଣ୍ଟେନର ଟି ପଣ୍ଡିଚେରୀରୁ ଭୀମାୱରମ ଅଭିମୁଖେ ଯାଉଥିଲା। ସୀତାନପଲ୍ଲୀ ନିକଟରେ ବିପରୀତ ଦିଗରୁ ଆସୁଥିବା ଡିସିଏମ୍‌ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଜଣେ ପୁଲିସ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି, କଣ୍ଟେନର ଚାଳକ କାଠ ବୋଝେଇ ଟ୍ରାକ୍ଟରକୁ ବଞ୍ଚାଇବା ପାଇଁ ଉଦ୍ୟମ କରିଥିଲେ। ଏହି ସମୟରେ ଡିସିଏମ୍‌ ଭ୍ୟାନ୍‌ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତକମାନଙ୍କ ମଧ୍ୟରୁ ୫ ଜଣ କୋନାସୀମା ଜିଲ୍ଳାର ତଲ୍ଲାରେଭୁ ନିବାସୀ ଥିଲେ। ଡିସିଏମ୍‌ ଭ୍ୟାନ୍‌ରେ ପାଖାପାଖି ୧୦ ଜଣ ଯାତ୍ରୀ ଥିଲେ ଏବଂ ଏମାନେ ମାଛ ଧରିବାକୁ ଯାଉଥିଲେ। ଆହତମାନଙ୍କୁ ମଛଲିପଟ୍ଟନମର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆନ୍ଧ୍ର ପ୍ରଦେଶର ମନ୍ତ୍ରୀ କୋଲ୍ଲୁ ରବୀନ୍ଦ୍ର ଦୁର୍ଘଟଣା ନେଇ ଦୁଃଖ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking