ପାକିସ୍ତାନ : ଉତ୍ତର-ପଶ୍ଚିମ ପାକିସ୍ତାନର ପାହାଡ଼ ଅଞ୍ଚଳରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଚାଲିଯାଇଛି ୨୦ ଜଣଙ୍କର ନିରୀହ ଜୀବନ । ସ୍ଥାନୀୟ ପୋଲିସ ଅଧିକାରୀଙ୍କ ସୂଚନା ମୁତାବକ, ଗିଲଗିଟ-ବାଲ୍ଟିସ୍ତାନ ଅଞ୍ଚଳର ଡାଇମର ଜିଲ୍ଲାର କରାକୋରାମ ରାଜପଥରେ ଘଟିଛି ଏହି ଭୟଙ୍କର ସଡକ ଦୁର୍ଘଟଣା । ବସ ରାୱଲପିଣ୍ଡିରୁ ହୁଞ୍ଜା ଅଭିମୁଖେ ଯାଉଥିବା ସମୟରେ ନିୟନ୍ତ୍ରଣ ହରାଇ ଗାଡି ଟି ଗଭୀର ଖାଇରେ ଗଳି ପଡିଥିଲା । ବସରେ କେତେ ଯାତ୍ରୀ ଥିଲେ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିଲେ ସୁଦ୍ଧା ୧୫ ଜଣଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଛି । ଅଧିକାରୀ କହିଛନ୍ତି ଯେ ଉଦ୍ଧାର କାର୍ଯ୍ୟ ଚାଲିଛି ଏବଂ ମୃତଦେହକୁ ଡାକ୍ତରଖାନା ନିଆଯାଉଛି। ମୃତକଙ୍କ ମଧ୍ୟରେ ତିନିଜଣ ମହିଳା ଥିବା ମଧ୍ୟ ସୂଚନା ମିଳିଛି । ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାବେଳେ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି ।