28.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶମର୍ମନ୍ତୁଦ ସଡ଼କ ଦୁର୍ଘଟଣା ; ୧୪ ଯାତ୍ରୀ ମୃତ, ୨୦ ଆହତ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ; ୧୪ ଯାତ୍ରୀ ମୃତ, ୨୦ ଆହତ

ବ୍ୟୁରୋ : ଥାଇଲ୍ୟାଣ୍ଡରେ ଭୟଙ୍କର ବସ୍ ଦୁର୍ଘଟଣା। ନିୟନ୍ତ୍ରଣ ହରାଇ ଗଛକୁ ପିଟିଲା ଯାତ୍ରୀବାହୀ ବସ୍। ଏଥିରେ ଅତି କମରେ ୧୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଏକାଧିକ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି। ଖବର ପାଇ ସୁରକ୍ଷାକର୍ମୀ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ସୂଚନା ଅନୁସାରେ, ଗତକାଲି ମଧ୍ୟ ରାତ୍ରିରେ ଦେଶର ପ୍ରଶ୍ଚିମ ପ୍ରଦେଶ ପ୍ରଚୁପ ଖିରୀ ଖାନ ନିକଟରେ ଏହି ଦୁର୍ଘଟଣା ଘଟିଛି। ହଠାତ୍ ବସଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିଲା। ଫଳରେ ୧୪ ଯାତ୍ରୀଙ୍କ ଅକାଳ ବିୟୋଗ ଘଟିଛି। ରଏଟର୍ସ ରିପୋର୍ଟ ମୁତାବକ, ଆହତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପ୍ରକୃତରେ କେଉଁ କାରଣରୁ ଡ୍ରାଇଭର ଭାରସାମ୍ୟ ହରାଇଥିଲେ ତା’ର ତଦନ୍ତ ଚାଲିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking