26.1 C
Bhubaneswar
Thursday, September 19, 2024
Homeଦେଶ ବିଦେଶଆଜି ଠୁ ପୁଣି ଗର୍ଜିବେ ଚାଷୀ; ଜାତୀୟ ରାଜପଥକୁ ଚାଷୀ ଆଣିପାରିବେନି ଟ୍ରାକ୍ଟର, ଟ୍ରଲି: ହାଇକୋର୍ଟ

ଆଜି ଠୁ ପୁଣି ଗର୍ଜିବେ ଚାଷୀ; ଜାତୀୟ ରାଜପଥକୁ ଚାଷୀ ଆଣିପାରିବେନି ଟ୍ରାକ୍ଟର, ଟ୍ରଲି: ହାଇକୋର୍ଟ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ସହ ଆଲୋଚନା ସଫଳ ହୋଇନଥିବା ବେଳେ ଆସନ୍ତାକାଲି ଅର୍ଥାତ୍ ମଙ୍ଗଳବାର ଠାରୁ ପୁଣିଥରେ ଚାଷୀ ଆନ୍ଦୋଳନ ବ୍ୟାପକ ହେବାକୁ ଯାଉଛି । ଆଜି ଏସମ୍ପର୍କରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ସୂଚନା ଦିଆଯାଇଛି । ଏସବୁ ମଧ୍ୟରେ ଚାଷୀମାନେ ପୁଲିସ୍ ପକ୍ଷରୁ ରାସ୍ତାରେ ଲଗାଯାଇଥିବା ସିମେଣ୍ଟ ଓ କଂକ୍ରିଟ୍ ନିର୍ମିତ ବ୍ୟାରିକେଡ୍‌କୁ ହଟାଇବା ପାଇଁ ଡ୍ରୋଜର ଆଦି ଆଣି ସିଂଘୁ ସୀମାରେଖାରେ ପହଞ୍ôଚଥିବା ସୂଚନା ମିଳିଛି । ସେହିପରି ପୁଲିସ୍ ପକ୍ଷରୁ ପ୍ରୟୋଗ କରାଯାଉଥିବା ଟିୟର ଗ୍ୟାସ ତଥା ପାଣିମାଡ ଓ ରବର ଗୁଳି ଆଦି ପାଇଁ ଚାଷୀମାନେ ସ୍ୱତନ୍ତ୍ର ପ୍ରସ୍ତୁତି ମଧ୍ୟ କରିସାରିଛନ୍ତି ।

ଏସବୁ ମଧ୍ୟରେ ପଞ୍ଜାବ-ହରିଆଣା ହାଇକୋର୍ଟ ଆଜି ଏକ ବଡ଼ ରାୟ ଦେଇଛନ୍ତି । ଜାତୀୟ ରାଜପଥରେ ଚାଷୀମାନେ ଟ୍ରାକ୍ଟର କିମ୍ବା ଟ୍ରଲି ନେଇପାରିବେନି କିମ୍ବା ରାସ୍ତା ଜାମ୍ କରିପାରିବେନି ବୋଲି ହାଇକୋର୍ଟ ଆଜି ରାୟ ଦେଇଛନ୍ତି । ଶୁଣାଣି ସମୟରେ କୋର୍ଟ ମୋଟର ଯାନ ନିୟମକୁ ମଧ୍ୟ ଉଲ୍ଲେଖ କରିଛନ୍ତି । ଏତଦ୍‌ବ୍ୟତୀତ ପଞ୍ଜାବ ସରକାରଙ୍କୁ ମଧ୍ୟ ଏତେ ସଂଖ୍ୟକ ଲୋକଙ୍କୁ ଏକଜୁଟ୍ ହେବାକୁ ଅନୁମତି ନଦେବାକୁ ତଥା ଏଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଚାଷୀମାନେ ନିଜ ଅଧିକାର ଅନୁସାରେ ଆନ୍ଦୋଳନ, ବିକ୍ଷୋଭ ପ୍ରଦର୍ଶନ କରିପାରିବେ । କିନ୍ତୁ କିଛି ଆଶବ୍ୟକୀୟ କଟକଣା ମଧ୍ୟ ସେମାନଙ୍କୁ ମାନିବାକୁ ପଡିବ ବୋଲି ହାଇକୋର୍ଟ କହିଛନ୍ତି । ଏଥିସହ କେନ୍ଦ୍ର ସରକାର ଏବଂ ଚାଷୀଙ୍କ ମଧ୍ୟରେ ହୋଇଥିବା ଆଲୋଚନା ବୈଠକ ସମ୍ପର୍କରେ ଏକ ନୂଆ ସତ୍ୟପାଠ ଦାଖଲ କରିବାକୁ ମଧ୍ୟ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ସପ୍ତାହରେ ଏହି ମାମଲାର ଶୁଣାଣି ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking