18.1 C
Bhubaneswar
Tuesday, November 19, 2024
Homeଓଡିଶାଆରମ୍ଭ ହେଲା ଧାନମଣ୍ଡି କିନ୍ତୁ ଆସିପାରିଲା ନାହିଁ ଚାଷୀଙ୍କ ଧାନ

ଆରମ୍ଭ ହେଲା ଧାନମଣ୍ଡି କିନ୍ତୁ ଆସିପାରିଲା ନାହିଁ ଚାଷୀଙ୍କ ଧାନ

ରାୟଗଡ଼ା : ଆଜିଠାରୁ ଖୋଲିଲା ରାୟଗଡ଼ାରେ ମଣ୍ଡି କିନ୍ତୁ ଧାନ ବିକିବା ନେଇ ଚାଷୀଙ୍କ ମନରେ ଦେଖାଦେଇଛି ଦ୍ବନ୍ଦ। ଟୋକନ ନପାଇ କୌଣସି ଚାଷୀ ଙ୍କ ଧାନ ଆସିପାରିଲା ନାହିଁ ମଣ୍ଡି କୁ । ଅପରପକ୍ଷେ ପ୍ରତିବର୍ଷ ଏଭଳି ବିଭିନ୍ନ ସମସ୍ୟା ରହୁଥିବାରୁ ଧାନ ଚାଷ ରୁ ବିମୂଖ ହେବାକୁ ବସିଲେଣି ଚାଷୀ କୂଳ । ଆଜିଠାରୁ ବିଧିବଦ୍ଧ ଭାବେ ଜିଲ୍ଲାରେ ଖୋଲିଛି ଧାନ ମଣ୍ଡି । ଆନୁଷ୍ଠାନିକ ଭାବେ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଧାନ ମଣ୍ଡିର ଉଦଘାଟନ କରିଛନ୍ତି । ତେବେ ସରକାରୀ ନିୟମ ଅନୁସାରେ ଚାଷୀ ରେଜିଷ୍ଟ୍ରେସନ କରି ଟୋକନ ବ୍ୟବସ୍ଥା କୁ ଵାଧ୍ୟ ବାଧକ କରିଥିବା ବେଳେ ଅନେକ ଚାଷୀ ରେଜିଷ୍ଟ୍ରେସନ କରି ମଧ୍ୟ ଏପର‌୍ୟ୍ୟନ୍ତ ପାଇ ପାରିନାହାନ୍ତି ଟୋକନ୍ । ଫଳରେ ଧାନ ବିକିବାନେଇ ଏକ ପ୍ରକାର ଚିନ୍ତା ଘାରିଛି। କେବଳ ସେତିକି ନୁହେଁ ପ୍ରତି ବର୍ଷ ରେଜିଷ୍ଟ୍ରେସନ ଟୋକନ କୁ ନେଇ ବହୁ ଅସୁବିଧା ଭୋଗୁଥିବା ବେଳେ ଏଣିକି ଧାନ ଚାଷକରିବେ କି ନାହିଁ ଦ୍ବନ୍ଦ ପଡିଛନ୍ତି ଅନେକ ଚାଷୀ । ଅନ୍ୟପକ୍ଷରେ ଚାଷୀଙ୍କ ଅନ୍ ଲାଇନ୍ ପଞ୍ଜିକରଣ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଚାଷୀଙ୍କ ସଂଖ୍ୟା ବଢିଥିବା ସତ୍ବେ ମାତ୍ର ୮,୫୦୦ଚାଷୀ ଙ୍କ ଟୋକନ ଆସିଥବା ଜଣାପଡିଛି। ତେବେ ସ୍ଥାନୀୟ ତହସିଲଦାର ଙ୍କ ଜରିଆରେ ଚାଷୀ ମାନଙ୍କ ଅମଳ ଓ ବିକ୍ରି କୁ ନେଇ ଯାଞ୍ଚ ଚାଲୁରହିଛି ଯେଉଁଥିପାଇଁ ଟୋକନ ଆସିବାରେ ବିଳମ୍ବ ହେବା କହିଛନ୍ତି ଯୋଗାଣ ଅଧିକାରୀ । ଚଳିତ ଖରିଫରେ ରାୟଗଡ଼ା ଜିଲ୍ଲାରେ ଧାନ ଅମଳ ଆରମ୍ଭ ହୋଇଯାଇଥିବାରୁ ମଣ୍ଡି ଖୋଲା ଯାଇଛି ଏବଂ ଜିଲ୍ଲାରୁ ୧୫ ଲକ୍ଷ ୯୦ ହଜାର କୁଇଣ୍ଟାଲ୍ ଧାନ କିଣିବା ଲକ୍ଷ୍ୟ ରଖିଛନ୍ତି ସରକାର। ଏଥି ପାଇଁ ୧୧ଟି ବ୍ଲକରେ ୧୮,୪୨୫ଜଣ ଚାଷୀ ପଞ୍ଜିକୃତ ହୋଇଛନ୍ତି । ୨୦୧୯-୨୦ ଖରିଫରେ ୧୭ ହଜାର ୯୯୬ ଚାଷୀଙ୍କ ନିକଟରୁ ସରକାର ୧୨ ଲକ୍ଷ ୮୦ ହଜାର କୁଇଣ୍ଟାଲ୍ ଧାନ କିଣିଥିଲେ। ଚଳିତ ବର୍ଷ ପ୍ରଥମ ପର‌୍ୟ୍ୟାୟରେ ୮ଲକ୍ଷ କୁଇଣ୍ଟାଲ୍ ଧାନ କିଣିବା ଯୋଜନା ରଖିଛି ଯୋଗାଣ ବିଭାଗ ।ସେଥିମଧ୍ୟରୁ ୧୩,୫୯୦ଜଣ ଚାଷୀଙ୍କ ଯାଞ୍ଚ ପ୍ରକ୍ରିୟା ସରିଛି ଏବଂ ୮,୫୦୦ଜଣ ଚାଷୀଙ୍କ ଟୋକନ ଆସିଛି କିନ୍ତୁ ଏପର‌୍ୟ୍ୟନ୍ତ କୌଣସି ଚାଷୀ ପାଇନାହାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking