16.1 C
Bhubaneswar
Saturday, December 6, 2025
Homeଓଡିଶାଚାଷୀଙ୍କୁ ଆର୍ଥିକ ରୂପେ ସ୍ୱାବଲମ୍ବୀ କରୁଛି କୃଷକ ଉତ୍ପାଦକ କ୍ଲଷ୍ଟର

ଚାଷୀଙ୍କୁ ଆର୍ଥିକ ରୂପେ ସ୍ୱାବଲମ୍ବୀ କରୁଛି କୃଷକ ଉତ୍ପାଦକ କ୍ଲଷ୍ଟର

– ବିଶ୍ଵବ୍ୟାଙ୍କ ପ୍ରତିନିଧିଙ୍କ ମା କାଳିଜାଇ ଏପିସି କ୍ଲଷ୍ଟରକୁ ପ୍ରଶଂସା
ଭୁବନେଶ୍ୱର:  ଆଜି, ବିଶ୍ୱ ବ୍ୟାଙ୍କ ଦଳ ଓଆଇଆଇପିସିଏର ପ୍ରକଳ୍ପ ନିର୍ଦ୍ଦେଶକ ଏବଂ ଅନ୍ୟାନ୍ୟ ଅଧିକାରୀମାନଙ୍କ ସହିତ ହରିଚନ୍ଦନପୁର ବ୍ଲକର ମା କାଳିଜାଈ ପିଜିରେ ଥିବା ଏଗ୍ରିକଲଚରାଲ ପ୍ରଡକ୍ସନ କ୍ଲଷ୍ଟର(ଏପିସି) ପରିଦର୍ଶନ କରିଥିଲେ। ବିଶ୍ୱ ବ୍ୟାଙ୍କ ଦଳ ଏପିସି ପ୍ରକଳ୍ପ ପୂର୍ବରୁ ମହିଳା ଚାଷୀଙ୍କ ଚାଷ ପଦ୍ଧତି, ମାର୍କେଟିଂ ଓ ଆର୍ଥିକ ସ୍ଥିତି ଏବଂ ବର୍ତ୍ତମାନର ସ୍ଥିତି ବିଷୟରେ ପଚାରି ବୁଝିଥିଲେ। ଉତ୍ପାଦକ ଗୋଷ୍ଠୀର ସଦସ୍ୟମାନେ ବ୍ୟାଖ୍ୟା କରିଥିଲେ ଯେ ଏପିସି କ୍ଲଷ୍ଟର ପଦ୍ଧତିରେ ୭୦ ଏକରରୁ ଅଧିକ ଜମିରେ କଲରା ଚାଷ କରାଯାଇଛି। ୧୧୦ ଜଣ ମହିଳା ଚାଷୀଙ୍କ ଦ୍ୱାରା କମ ମୂଲ୍ୟର ସିଙ୍ଗଲ-ଲାଇନ୍ ଟ୍ରେଲିସ୍, ମାଟିହୀନ ନର୍ସରୀ ଉଦ୍ୟୋଗୀଙ୍କ ଠାରୁ ଚାରା, ମଲ୍ଚିଂ ଏବଂ ଡ୍ରିପ୍ ଜଳସେଚନ ସହିତ ସୌର ବୋରୱେଲ୍ ଭଳି ଉନ୍ନତ ପ୍ରଯୁକ୍ତିବିଦ୍ୟାର ଉପଯୋଗରେ ଏହି କଲରା ଚାଷ ହୋଇଛି। ଏବଂ ଚାଷୀଙ୍କୁ ସଫଳତା ପ୍ରଦାନ କରିଛି । ଇନପୁଟ୍ ଏବଂ ଆଉଟପୁଟ୍ ବଜାର ସଂଯୋଗ ପାଇଁ, ଚାଷୀମାନେ ଏପିସି ପ୍ରକଳ୍ପ ଅଧୀନରେ ପ୍ରୋତ୍ସାହିତ ଚାଷୀ ଉତ୍ପାଦକ କମ୍ପାନୀଠାରୁ ସହାୟତା ପାଆନ୍ତି। ଏଫପିସି ମାଧ୍ୟମରେ ଫାର୍ମରୁ ସିଧାସଳଖ କଟକ, ଯାଜପୁର ଏବଂ ଭଦ୍ରକକୁ ଉତ୍ପାଦିତ ସାମଗ୍ରୀ ବିପଣନ କରାଯାଏ। ପୂର୍ବରୁ ପନିପରିବା ଚାଷରୁ ସେମାନଙ୍କର ଆୟ ବାର୍ଷିକ ୬୦୦୦ ରୁ ୧୦୦୦୦ ଟଙ୍କା ଥିଲା, କିନ୍ତୁ ବର୍ତ୍ତମାନ ସେମାନଙ୍କ ପିଜିର ସର୍ବାଧିକ ସଦସ୍ୟ ପନିପରିବା ଚାଷରୁ ୧ ଲକ୍ଷରୁ ଅଧିକ ରୋଜଗାର କରୁଛନ୍ତି। ଚାଷୀଙ୍କ ଏହି ସଫଳତା ଦେଖି ବିଶ୍ଵବ୍ୟାଙ୍କ ପ୍ରତିନିଧିବୃନ୍ଦ ଖୁସିବ୍ୟକ୍ତ କରିଥିଲେ । ହରିଚନ୍ଦନପୁରର ମା କାଳିଜାଇ ପିଜି ଭଳି ଅନ୍ୟ ଏପିସି କ୍ଲଷ୍ଟର ଗୁଡ଼ିକୁ ମଧ୍ୟ ଉପରୋକ୍ତ ପଦ୍ଧତି ଆପଣାଇ କମ୍ ଖର୍ଚ୍ଚରେ ଅଧିକ ଲାଭବାନ ହେବାକୁ ପରାମର୍ଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking