29.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଚାଷୀ-ସରକାର ଆଲୋଚନା ବିଫଳ; କେନ୍ଦ୍ରର ପ୍ରସ୍ତାବକୁ ଗ୍ରହଣ କଲାନି କୃଷକ ମୋର୍ଚ୍ଚା

ଚାଷୀ-ସରକାର ଆଲୋଚନା ବିଫଳ; କେନ୍ଦ୍ରର ପ୍ରସ୍ତାବକୁ ଗ୍ରହଣ କଲାନି କୃଷକ ମୋର୍ଚ୍ଚା

ନୂଆଦିଲ୍ଳୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ଯେଉଁ ପ୍ରସ୍ତାବ ଦିଆଯାଇଛି, ତାହାକୁ କୃଷକ ମୋର୍ଚ୍ଚା ପ୍ରତ୍ୟାଖାନ କରିଛି । ଅର୍ଥାତ୍ ସରକାରଙ୍କ ପ୍ରସ୍ତାବକୁ କୃଷକ ସଂଗଠନ ଗ୍ରହଣ କରିନାହିଁ । ଫଳରେ ଚଣ୍ଡୀଗଡରେ କୃଷକ ମୋର୍ଚ୍ଚା ସହ ସରକାରଙ୍କ ୪ର୍ଥ ରାଉଣ୍ଡ୍ ଆଲୋଚନା ବୈଠକ ମଧ୍ୟ ବିଫଳ ହୋଇଯାଇଛି । ରିପୋର୍ଟ ଅନୁୂସାରେ କେନ୍ଦ୍ର ସରକାରଙ୍କ ତରଫରୁ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି)ରେ ୫ ବର୍ଷର ଚୁକ୍ତିଜନିତ ପ୍ରସ୍ତାବ ଦିଆଯାଇଥିଲା । ଅର୍ଥାତ୍ ମକା, କପା, ହରଡ ଡାଲି, ମସୁର ଡାଲି, ବୁଟ ଡାଲ ଓ ମୁଗ ଡାଲି ସମେତ ୫ଟି ଫସଲର ସରକାରୀ କ୍ରୟକୁ ନେଇ ୫ବର୍ଷ ପାଇଁ ଏମ୍‌ଏସ୍‌ପି ଗ୍ୟାରେଣ୍ଟି ପାଇଁ ସରକାର କହିଥିଲେ । ସେହିପରି ଏଥିରେ ଏ୨+ଏଫ୍‌ଏଲ୍‌+୫୦ ପ୍ରତିଶତ ଆଧାରରେ ଏମ୍‌ଏସ୍‌ପିରେ ଅଧ୍ୟାଦେଶ ଆଣିବା ପାଇଁ ସରକାର ଯୋଜନା କରୁଛନ୍ତି ବୋଲି ଦର୍ଶାଯାଇଥିଲା । ସରକାରଙ୍କ ପକ୍ଷରୁ ୩ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲ, ଅର୍ଜୁନ ମୁଣ୍ଡା ଏବଂ ନିତ୍ୟାନନ୍ଦ ରାୟ କୃଷକ ମୋର୍ଚ୍ଚାର ପ୍ରମୁଖଙ୍କ ସହ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ଅନ୍ୟପକ୍ଷେ ଚାଷୀ ସଂଗଠନ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ସି୨+୫୦ ପ୍ରତିଶତ ତଳକୁ କିଛି ବି ସ୍ୱୀକାର କରାଯିବନାହିଁ ବୋଲି ସ୍ପଷ୍ଟ କରାଯାଇଛି । କେବଳ ଏହି ନିୟମ ଅନୁସାରେ ହିଁ ସରକାର ଏମ୍‌ଏସ୍‌ପିଜନିତ ପ୍ରତିଶ୍ରୁତି ଦେଲେ ଏହାକୁ ଗ୍ରହଣ କରାଯିବ ବୋଲି କିଷାନ୍ ମୋର୍ଚ୍ଚା ଦର୍ଶାଇଛି ।  ବିଜେପି ସରକାର ୨୦୧୪ରେ ନିଜ ନିର୍ବାଚନୀ ପ୍ରତିଶ୍ରୁତିରେ ମଧ୍ୟ ଏସମ୍ପର୍କରେ ଘୋଷଣା କରିଥିଲା ବୋଲି ସଂଯୁକ୍ତ କିଷାନ୍ ମୋର୍ଚ୍ଚା କେନ୍ଦ୍ର ସରକାରଙ୍କୁ ସ୍ମରଣ କରାଇଛି । ତେବେ ଏବେ କାହିଁକି ବିଜେପି ସରକାର ପଛକୁ ହଟୁଛି ବୋଲି ଚାଷୀ ସଂଗଠନ ପ୍ରଶ୍ନ କରିଛି ।  ଏତଦ୍‌ବ୍ୟତୀତ ବର୍ତ୍ତମାନ ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଉଥିବା ଯୁକ୍ତି ଏବଂ ଚର୍ଚ୍ଚାରେ କୌଣସି ପାରଦର୍ଶିତା ନାହିଁ ବୋଲି ଚାଷୀମାନେ ମତବ୍ୟକ୍ତ କରିଛନ୍ତି । ସେହିପରି ସରକାରଙ୍କ ଏପ୍ରକାର ମନୋଭାବ ୨୦୨୦-୨୧ର ଐତିହାସିକ ଚାଷୀ ଆନ୍ଦୋଳନ ସମୟରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଦ୍ୱାରା ସ୍ଥାପିତ ଗଣତାନ୍ତ୍ରିକ ସଂସ୍କୃତିର ବିରୁଦ୍ଧାଚରଣ କରୁଥିବା ଚାଷୀ ସଂଗଠନ ଦର୍ଶାଇଛି ।

ପ୍ରକାଶ, କୃଷକଙ୍କ ଋଣ ଛାଡ, ବିଜୁଳିର ଘରୋଇକରଣ ନକରିବା, ସାର୍ବଜନିକ କ୍ଷେତ୍ରର ଫସଲ ବୀମା ଯୋଜନା, ୬୦ବର୍ଷରୁ ଅଧିକ ବୟସର ଚାଷୀଙ୍କୁ ମାସିକ ୧୦ ହଜାର ଟଙ୍କା ଲେଖାଏ ପେନ୍‌ସନ୍ ପ୍ରଦାନ ଭଳି ଦାବି ସହ ନିଜ ଉତ୍ପାଦିତ ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ସମ୍ପର୍କୀତ ଆଇନ୍ ପ୍ରଣୟନ, ଏମ୍‌ଏସ୍ ସ୍ୱାମୀନାଥନ୍ ଆୟୋଗର ସୁପାରିଶକୁ କାର୍ଯ୍ୟକାରୀ କରିବା, ଲଖିମପୁର ଖେରୀ ଘଟଣାର ଦୋଷୀଙ୍କୁ କଠୋର ଦଣ୍ଡବିଧାନ, ନକଲି ବିହନ ଓ କୀଟନାଶକ ଔଷଧ କମ୍ପାନୀ ବିରୋଧରେ କଠୋର ଆଇନ୍ ବ୍ୟବସ୍ଥା ଭଳି ଅନେକ ଦାବିଗୁଡ଼ିକୁ ପ୍ରଭାବୀ ରୂପେ କାର୍ଯ୍ୟକାରୀ କରାଯିବା ଦାବିରେ ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସ୍‌କେଏମ୍‌) ଏବଂ କିଷାନ୍ ମଜଦୁର ମୋର୍ଚ୍ଚା (କେଏମ୍‌ଏମ୍‌) ପକ୍ଷରୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇଆସୁଛି । ଏସବୁ ମଧ୍ୟରେ ଆସନ୍ତା ୨୧ ତାରିଖରୁ ପୁଣିଥରେ କୃଷକ ମୋର୍ଚ୍ଚା ପକ୍ଷରୁ ‘ଦିଲ୍ଲୀ ଚଲୋ’ ଅଭିଯାନ ଆରମ୍ଭ କରାଯିବ ବୋଲି ଚେତାବନୀ ଦିଆଯାଇଛି । କିଷାନ୍ ମଜଦୁର ସଂଘର ସାଧାରଣ ସମ୍ପାଦକ ଏସମ୍ପର୍କରେ ଆଜି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking