18.1 C
Bhubaneswar
Saturday, November 23, 2024
Homeବ୍ରେକୀଙ୍ଗହାଇକୋର୍ଟ ଗଲେ ବିଦ୍ୟାଶ୍ରୀ

ହାଇକୋର୍ଟ ଗଲେ ବିଦ୍ୟାଶ୍ରୀ

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ସମାଜ ସେବୀ ଆଦିତ୍ୟ ଦାଶଙ୍କ ମୃ୍‌ତ୍ୟୁ ଘଟଣାକୁ ଦେଢ ମାସ ବିତି ସାରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହା ସ୍ୱଷ୍ଟ ହୋଇପାରୁ ନାହିଁ । ତାଙ୍କର ମୃତ୍ୟୁ ଏକ ହତ୍ୟା ନା ଆତ୍ମହତ୍ୟା । ଆଜି ଆଦିତ୍ୟଙ୍କ ପରିବାର ସଦସ୍ୟ ଅର୍ଥାତ ବାପା ମାଆ ଓ ପତ୍ନୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ।ଏହି ମାମଲାର ସିବିଆଇ ତଦନ୍ତ ନେଇ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବିଦ୍ୟାଶ୍ରୀ । ଅନ୍ୟପଟେ ଆଦିତ୍ୟଙ୍କୁ ହତ୍ୟା କରାଯାଇଥିବା ନେଇ ବିଦ୍ୟାଶ୍ରୀଙ୍କ ମା କହିଛନ୍ତି । ସିବିଆଇ ତଦନ୍ତ ହେଲେ ନ୍ୟାୟ ମିଳିବ ବୋଲି ସେ କହିଛନ୍ତି ।

ସୂଚନା ଅନୁଯାୟୀ, ଜୁଲାଇ ୭ ତାରିଖରେ ଲିଙ୍ଗରାଜ ଷ୍ଟେସନ ରେଳ ଲାଇନରୁ ଆଦିତ୍ୟଙ୍କ ମୃତ ଦେହକୁ ଉଦ୍ଧାର କରାଯାଇଥିଲା ।
ଆଦିତ୍ୟ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ଗୁଡ଼ାଇ ତୁଡ଼ାଇ ତଦନ୍ତ ଆରମ୍ଭ କରିଦେଇଛି । ଗତକାଲି ଏହି ମାମଲାରେ ଆଦିତ୍ୟଙ୍କ ପତ୍ନୀଙ୍କର ଲାଏ ଡିଟେକ୍ସନ ଟେଷ୍ଟ କରାଯାଇଥିଲା । ତାଙ୍କୁ ୮୦ରୁ ଉର୍ଦ୍ଧ୍ୱ ସିକ୍ରେଟ ପ୍ରଶ୍ନ ପଚରା ଯାଇଥିଲା । ଆଜି ଆଦିତ୍ୟଙ୍କ ୩ ସହଯୋଗୀ ପପୁ, ବିକାଶ ଓ ଦୀପୁଙ୍କର ଟେଷ୍ଟ ଆରମ୍ଭ କରାଯାଇଛି । ଭୁବନେଶ୍ୱର ଫରେନସିକ୍ ଲ୍ୟାବରେ ସେମାନଙ୍କର ଲାଇ ଡିଟେକ୍ସନ ଟେଷ୍ଟ ଚାଲି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking