37.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗDRDO ଗେଷ୍ଟ ହାଉସ୍ ପହଞ୍ଚିଲେ ରିୟା ଚକ୍ରବର୍ତ୍ତୀ

DRDO ଗେଷ୍ଟ ହାଉସ୍ ପହଞ୍ଚିଲେ ରିୟା ଚକ୍ରବର୍ତ୍ତୀ

ମୁମ୍ବାଇ : ବଲିଉଡ଼ ଷ୍ଟାର ସୁଶାନ୍ତ ସିଂହଙ୍କ ମୃତ୍ୟୁକୁ ୨ମାସ ବିତି ସାରିଛି । କିନ୍ତୁ ଏଯାବତ ତାଙ୍କ ମୃତ୍ୟୁକୁ ନେଇ ପ୍ରଶ୍ନୋତ୍ତର ଚାଲୁ ରହିଛି ।ସୁଶାନ୍ତ ସିଂହଙ୍କ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତର ଆଜି ଅଷ୍ଟମ ଦିନ। ଏହି ମାମଲାରେ ପ୍ରତିଦିନ ନୂଆ ଖୁଲାସା ହୋଇଛି। ସେହିପରି ଗୁରୁବାର ମାମଲାର ମୁଖ୍ୟ ଅଭିଯୁକ୍ତ ରିୟା ଚକ୍ରବର୍ତ୍ତୀ ସମସ୍ତ ଅଭିଯୋଗ ଉପରେ ଖୁଲାସା କରିଛନ୍ତି। ସିବିଆଇ ଟିମ୍ ପଚରାଉଚୁରା ପାଇଁ ରିୟାଙ୍କୁ ଡକାଇଛି। ରିୟା ଏବେ ଡିଆରଡିଓ ଗେଷ୍ଟ ହାଉସ୍ ପହଞ୍ଚିଛନ୍ତି।
ଗତକାଲି ରିଆଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କୁ ୧୪ ଘଣ୍ଟା ଧରି ଜେରା କରାଯାଇଥିଲା । ଏଥିସହ ରିୟାଙ୍କ ବାପା ଇନ୍ଦ୍ରଜିତ ଚକ୍ରବର୍ତ୍ତୀଙ୍କୁ ଇଡି ତରଫରୁ ପଚରାଉଚୁରା କରାଯାଇଥିଲା । ଆଜି ଦ୍ୱିତୀୟ ଦିନ ପାଇଁ ରିୟାଙ୍କ ଭାଇକୁ ପୁଣି ଥରେ ଜେରା କରାଯାଉଛି । ଅନ୍ୟପଟେ ସୁଶାନ୍ତ ସିଂଙ୍କ ମୃତ୍ୟୁ ମାମଲାରେ ଗଣମାଧ୍ୟମ ଆଗରେ ମୁହଁ ଖୋଲି ନିଜକୁ ନିର୍ଦ୍ଦୋଷ ବୋଲି କହିଛନ୍ତି । ଗତ ସପ୍ତାହ ଅଗଷ୍ଟ ୧୯ତାରିଖରେ ସୁପ୍ରିମ କୋର୍ଟଙ୍କ ଅନୁମତି ମିଳିବା ପରେ ସିବିଆଇ ଏହି ମାମଲାର ଯାଞ୍ଚ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking