31.1 C
Bhubaneswar
Friday, September 13, 2024
Homeଓଡିଶାଖୋଜାହେବେ ନକଲି ଶିକ୍ଷକ : ଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ

ଖୋଜାହେବେ ନକଲି ଶିକ୍ଷକ : ଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ

ମୟୁରଭଞ୍ଜ : ମୟୁରଭଞ୍ଜରେ ନକଲି ଶିକ୍ଷକ ନିଯୁକ୍ତି ପାଇଥିବା ଖବର ନେଇ ତଦନ୍ତ ଚଳାଇବାକୁ ନିର୍ଦ୍ଦେଶ ଦେଲେ ମୟୁରଭଞ୍ଜ ଜିଲ୍ଲାପାଳ । ତେବେ ଜିଲ୍ଲାର ବହୁ ସରକାରୀ ବିଦ୍ୟାଳୟରେ ଛତ୍ରଛାତ୍ରୀଙ୍କୁ ପାଠ ପଢ଼ାଉଛନ୍ତି ନକଲି ଶିକ୍ଷକ। ଦୁଇ ବର୍ଷତଳେ ଏହି ଅଭିଯୋଗ ହେବା ପରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଜିଲ୍ଲାରେ କାର୍ୟ୍ୟରତ ଅନେକ ନକଲି ଶିକ୍ଷକଙ୍କ ତାଲିକା ସମ୍ନାକୁ ଆସିଥିଲା। ହେଲେ ଯାଞ୍ଚ ପ୍ରକ୍ରିୟା ଆଗକୁ ବଢୁନାହିଁ, କି କାହା ବିରୋଧରେ କୌଣସି କାର୍ୟ୍ୟାନୁଷ୍ଠାନ ହୋଇନାହିଁ। ଏନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ରାଇରଙ୍ଗପୁର, ଯଶିପୁର, ଠାକୁରମୁଣ୍ଡା, ବିଶୋଇ, ବାଙ୍ଗିରିପୋଷି, ରାସଗୋବିନ୍ଦପୁର,ଖୁଣ୍ଟା, ଉଦଳା ବ୍ଳକରେ ଅଧିକ ମାତ୍ରାରେ ନକଲି ଶିକ୍ଷକ ଥିବା ଅଭିଯୋଗ ହୋଇଛି । ନକଲି ପ୍ରମାଣପତ୍ର ଦେଇ ଚାକିରି କରି ସକାରଙ୍କ ଠାରୁ ମୋଟା ଅଙ୍କର ଦରମା ନେଉଛନ୍ତି ।କିଏ ଏକା ସାଙ୍ଗରେ ଯୁକ୍ତ-୨ ଓ ସିଟି ପାଠ ପଢ଼ିଛନ୍ତି । ଆଉ କିଏ +୩, +୨ କରି ଶିକ୍ଷକତା କରୁଛନ୍ତି। ସୂଚନା ଅଧିକାର ଆଇନ୍ ବଳରେ ଏହି ସବୁ ତଥ୍ୟ ମିଳିବା ପରେ ନକଲି ଶିକ୍ଷକଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଦାବି କରି ବ୍ଲକ ଶିକ୍ଷାଧିକାରୀଙ୍କ ଠାରୁ ଆରମ୍ଭ କରି ଗଣଶିକ୍ଷା ବିଭାଗ ଓ ମୁଖ୍ୟମନ୍ତ୍ରୀ ପର୍ୟ୍ୟନ୍ତ ଯାଇଛନ୍ତି ଅଭିଯୋଗକାରୀ। ହେଲେ ଏଯାଏ କୌଣସି କାର୍ୟ୍ୟାନୁଷ୍ଠାନ ହୋଇନି । ନିକଟରେ ମୟୂରଭଞ୍ଜ ଜିଲ୍ଲାପାଳ ଏସମ୍ପର୍କରେ ଆଲୋଚନା କରି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୨୩ ତାରିଖରେ ପ୍ରଥମ ପର୍ୟ୍ୟାୟରେ ଜିଲ୍ଲାର ୨୯ ଜଣ ଶିକ୍ଷକଙ୍କ ସମସ୍ତ ପ୍ରମାଣ ପତ୍ର ଯାଞ୍ଚ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking