26.1 C
Bhubaneswar
Saturday, October 19, 2024
Homeଓଡିଶାକଟକରେ ପୁଣି ନକଲି ମେଡିସିନ୍ ଜବତ

କଟକରେ ପୁଣି ନକଲି ମେଡିସିନ୍ ଜବତ

କଟକ : କଟକ ସହରରେ ପୁଣି ଆଜି ନକଲି ମେଡିସିନ୍ ଜବତ ହୋଇଛି । ପୁରୀଘାଟ ଥାନା ଅନ୍ତର୍ଗତ ଟାଉନ୍‌ହଲ୍ ରୋଡ୍ ନିକଟରେ ଥିବା ଏକ ଔଷଧ ବିତରଣ ସଂସସ୍ଥା ଉପରେ ଆଜି ସ୍ଥାନୀୟ ପୁଲିସ ଓ ଡ୍ରଗ କଣ୍ଟ୍ରୋଲ ମିଳିତ ଭାବେ ଚଢଉ କରି ବିପୁଳ ପରିମାଣର ନକଲି ଔଷଧ ଜବତ କରିଥିବା ଜଣାପଡ଼ିଛି । ପୁଲିସ ସଂପୃକ୍ତ ସଂସ୍ଥାର ମାଲିକ ବିଜୟ କୁମାର ଅଗ୍ରୱାଲ୍‌କୁ ପୁରୀଘାଟ ଥାନାରେ ଅଟକ ରଖି ପଚରା ଉଚରା ଚଳାଇଛି । ବିଶେଷ କରି ଏହି ବ୍ୟବସାୟୀ ଜଣକ ଓ-୨ ନାମକ ନକଲି ଝାଡା ଔଷଧ କାରବାର କରୁଥିଲା ବୋଲି ପୁଲିସ ଜାଣିପାରିଛି ।

ସୂଚନା ଯୋଗ୍ୟ ଗତବର୍ଷ ସେପ୍ଟେମ୍ବର ମାସରେ କଟକରେ ରକ୍ତଚାପ ରୋଗର ନକଲି ଔଷଧ ବ୍ରିକି ହେଉଥିବା ଅଭିଯୋଗ ହେବା ପରେ ସମଗ୍ର ରାଜ୍ୟରେ ଚହଳ ସୃଷ୍ଟି କରିଥିଲା । ପୁଲିସ ସଂପୃକ୍ତ ବ୍ୟବସାୟୀମାନଙ୍କୁ ଗିରଫ କରି କୋର୍ଟ ଚାଲଣ କରିଥିଲା । ତେବେ ଆଜି ବିଜୟକୁ ପଚରା ଉଣା କରି ପୁଲିସ ବହୁତଥ୍ୟ ହାସଲ କରିଥିବା ଜଣାପଡ଼ିଛି । ଏହି କାରବାରରେ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି ସେ ନେଇ ପୁଲିସ ତନାଘନା ଜାରି ରଖିଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking