20.1 C
Bhubaneswar
Monday, November 18, 2024
Homeଦେଶ ବିଦେଶଆଇଏନ୍‌ଏସ୍ ବିକ୍ରାନ୍ତରେ ମୁତୟନ ହେବ ଏଫ୍‌-୧୮: ମେ’ ୨୧ରେ ପରୀକ୍ଷଣ

ଆଇଏନ୍‌ଏସ୍ ବିକ୍ରାନ୍ତରେ ମୁତୟନ ହେବ ଏଫ୍‌-୧୮: ମେ’ ୨୧ରେ ପରୀକ୍ଷଣ

ମାର୍ମାଗାଓଁ : ସମ୍ପୂର୍ଣ୍ଣ ସ୍ୱଦେଶୀ କାରିଗରୀକୌଶଳରେ ନିର୍ମିତ ହେଉଥିବା ଭାରତର ବିମାନବାହୀ ଯୁଦ୍ଧଜାହାଜ ‘ଆଇଏନ୍‌ଏସ୍ ବିକ୍ରାନ୍ତ’ରେ ଆମେରିକାର ଏଫ୍‌-୧୮ ଲଢୁଆ ବିମାନ ମୁତୟନ କରିବାକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ମସୁଧା କରୁଛି । ସ୍ୱାଧିନତାପ୍ରାପ୍ତିର ପ୍ଲାଟିନମ ଜୁବୁଲି ଉପଲକ୍ଷେ ଚଳିତବର୍ଷ ଅଗଷ୍ଟ ୧୫ରେ ‘ଆଇଏନ୍‌ଏସ୍ ବିକ୍ରାନ୍ତ’କୁ ନୌସେନାରେ ସାମିଲ କରିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି । ଏହି ପରିପ୍ରେକ୍ଷୀରେ ଆସନ୍ତା ମେ’ ୨୧ରେ ଭାରତର ଅନ୍ୟତମ ବିମାନବାହୀ ଯୁଦ୍ଧଜାହାଜ ‘ଆଇଏନଏସ୍ ବିକ୍ରମାଦିତ୍ୟ’ରେ ଏଫ୍‌-୧୮ ବିମାନର ଉଡାଣ ଓ ଅବତରଣ ପ୍ରକ୍ରିୟାକୁ ପରୀକ୍ଷଣ କରାଯିବ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡିଛି । ପ୍ରାୟ ଏକବର୍ଷ ଧରି ଚାଲିଥିବା ମରାମତି କାର୍ଯ୍ୟ ଶେଷ ହେବାପରେ ‘ଆଇଏନ୍‌ଏସ୍ ବିକ୍ରମାଦିତ୍ୟ’ ବର୍ତ୍ତମାନ ଆରବ ସାଗରରେ ପଇଁତରା ମାରୁଛି । ବର୍ତ୍ତମାନ ‘ଆଇଏନଏସ୍ ବିକ୍ରମାଦିତ୍ୟ’ରେ ରୁଷ୍ ନିର୍ମିତ ମିଗ୍‌-୨୯(କେ) ବିମାନଗୁଡିକୁ ମୁତୟନ କରାଯାଇଛି । ଆବଶ୍ୟକ ପଡିଲେ ଏହି ଦୁଇଟି ବିମାନବାହୀ ଜାହାଜରେ ଫ୍ରାନ୍ସ ନିର୍ମିତ ରାଫେଲ-ଏମ୍ ବିମାନକୁ ମଧ୍ୟ ମୁତୟନ କରାଯିବାର ପ୍ରସ୍ତାବ ରହିଛି । ସାମୁଦ୍ରିକ ଯୁଦ୍ଧରେ ଏଫ୍‌-୧୮ ବିମାନର କାର୍ଯ୍ୟଦକ୍ଷତା ପ୍ରଶଂସନୀୟ ବୋଲି ପୂର୍ବରୁ ପ୍ରମାଣିତ ହୋଇସାରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking