17.1 C
Bhubaneswar
Sunday, November 24, 2024
Homeକରୋନା୨୪ରୁ ୨୮ ବୈଦେଶିକ ମନ୍ତ୍ରୀଙ୍କ ଆମେରିକା ଗସ୍ତ

୨୪ରୁ ୨୮ ବୈଦେଶିକ ମନ୍ତ୍ରୀଙ୍କ ଆମେରିକା ଗସ୍ତ

ନୂଆଦିଲ୍ଲୀ: ଆଣ୍ଟି କୋଭିଡ ଭ୍ୟାକ୍ସିନ ପ୍ରସଙ୍ଗ ଉପରେ ଆମେରିକା ଓ ଆମେରିକା କମ୍ପାନୀମାନଙ୍କ ସହ ଚର୍ଚ୍ଚା କରିବା ପାଇଁ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଆମେରିକା ଗସ୍ତ କରିବେ । ବୈଦେଶିକ ମନ୍ତ୍ରାଳୟ ଏ ସଂକ୍ରାନ୍ତରେ ସୂଚନା ଦେଇଛି ଯେ, ୨୪ରୁ ୨୮ ମେ ପର୍ଯ୍ୟନ୍ତ ଆମେରିକା ଗସ୍ତରେ ରହିବେ ବୈଦେଶିକ ମନ୍ତ୍ରୀ । ସେ ଆମେରିକା ବୈଦେଶିକ ମନ୍ତ୍ରୀ ଓ ସଂଯୁକ୍ତ ରାଷ୍ଟ୍ର ମହାସଚିବ ଏଣ୍ଟୋନିଆ ଗୁଟେରସ ଙ୍କ ସହିତ ଚର୍ଚ୍ଚା କରିବେ । ରିପୋର୍ଟ ଅନୁସାରେ, ବୈଦେଶିକ ମନ୍ତ୍ରୀ ଏହି ଯାତ୍ରା ମଧ୍ୟରେ ଭାରତ ଓ ଆମେରିକା ମଧ୍ୟରେ କରୋନା ଉପରେ ସହଯୋଗ ପାଇଁ ବିଜନେସ ଫୋରମ ଉପରେ ଚର୍ଚ୍ଚା କରିବେ । ଜୟଶଙ୍କର ଏହି ଦ୍ୱିପାକ୍ଷିକ ଆଲୋଚନାରେ କ୍ୟାବିନେଟ ସଦସ୍ୟ ଓ ପ୍ରଶାସନର ବରିଷ୍ଠ ଅଧିକାରିଙ୍କ ସହିତ ଆଲୋଚନା କରିବେ । ଏହାସହିତ ବୈଦେଶିକ ମନ୍ତ୍ରୀ ଭାରତ ଓ ଆମେରିକା ମଧ୍ୟରେ ଆର୍ଥିକ ଓ କୋଭିଡ ସମ୍ବନ୍ଧିତ ସହଯୋଗ ଉପରେ ଆଲୋଚନା କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking