ଭୁବନେଶ୍ୱର: ଓଡିଶା ଟିଚର ଏଲିଜିବିଲିଟ ଟେଷ୍ଟ ( ଓଟିଇଟି) ୨୦୨୨ ଦ୍ୱିତୀୟ ପରୀକ୍ଷା ପାଇଁ ଆବେଦନ ଆହ୍ୱାନ କରାଯାଇଛି। ଧାର୍ୟ୍ୟ ହୋଇଥିବା ଆବେଦନ ଅବଧିକୁ ବୃଦ୍ଧି କରାଯାଇଛି। ପୂର୍ବରୁ ଆବେଦନର ଶେଷ ତାରିଖ ୧୯ ତାରିଖ ଧାର୍ୟ୍ୟ କରାଯାଇଥିଲା। ବର୍ତ୍ତମାନ ଧାର୍ୟ୍ୟ ତାରିଖରେ ବୃଦ୍ଧା କରାଯାଇ ଅକ୍ଟୋବର ୨୬ ତାରିଖ ରାତି ୧୧ଟା ୪୫ ମିନିଟ୍ ପର୍ୟ୍ୟନ୍ତ ରଖାଯାଇଛି। www.bseodisha.ac.in ୱେବସାଇଟରେ ଏଥିପାଇଁ ଆବେଦନ କରିବାକୁ ବୋର୍ଡ ପକ୍ଷରୁ କୁହାଯାଇଛି। ରାଜ୍ୟରେ ପ୍ରାଥମିକ ଶିକ୍ଷକ ନିଯୁକ୍ତି ପାଇଁ ଓଟିଇଟି ପାସ କରିବା ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର।