34.5 C
Bhubaneswar
Tuesday, April 7, 2026
Homeଓଡିଶାବିସ୍ଫୋରକ ଲୁଟ: ବାଙ୍କୋ ଖଣିକୁ ନୋଟିସ

ବିସ୍ଫୋରକ ଲୁଟ: ବାଙ୍କୋ ଖଣିକୁ ନୋଟିସ

ସୁନ୍ଦରଗଡ଼: ସୁନ୍ଦରଗଡ଼ ବିସ୍ଫୋରକ ଲୁଟ୍ ଘଟଣାରେ ଵାଙ୍କୋ ପଥର ଖଣି ମାଲିକଙ୍କୁ ଖଣି ଵିଭାଗ ପକ୍ଷରୁ ଜାରି ହେଲା ନୋଟିସ। ପୂର୍ଣ୍ଣେଶ୍ଵରୀ ପ୍ରୋଜେକ୍ଟ ପ୍ରାଇଭେଟ୍ ଲିମିଟେଡର ନୀରଜ ପାଣ୍ଡେଙ୍କୁ ଖଣି ଵିଭାଗ ପକ୍ଷରୁ ନୋଟିସ ଜାରି କରାଯାଇଛି। ବିସ୍ଫୋରଣ ସାମଗ୍ରୀ ବ୍ୟବହାର କରିବା ନିମନ୍ତେ କାହାଠାରୁ ଲାଇସେନ୍ସ ପାଇଛନ୍ତି, କାହାଠାରୁ ବିସ୍ଫୋରକ କିଣିଛନ୍ତି, କାହିକିଁ ବିସ୍ଫୋରକ ମଗାଇଥିଲେ, ବିସ୍ଫୋରଣ କରିବା ପାଇଁ ନିୟୋଜିତ କରିଥିବା ସଂସ୍ଥାର ନାମ ଓ ଠିକଣା ବି ମାଗିଛନ୍ତି। ତିନି ଦିନ ମଧ୍ୟରେ ଉତ୍ତର ଦେଵା ପାଇଁ ଖଣି ବିଭାଗ ପକ୍ଷରୁ ନୋଟିସ ଜାରି କରାଯାଇଛି। ଏହି ଘଟଣାରେ ଗୋଦାମ ମାଲିକଙ୍କୁ ଚାଲିଛି ଜେରା। ଗୋଦାମ ମାଲିକ ଏବେ ଦୁଇ ଦିନିଆ ରିମାଣ୍ଡ ଅଛନ୍ତି। ଗୋଦାମ ମାଲିକ ଶ୍ରଵଣ କୁମାର ଅଗ୍ରୱାଲଙ୍କୁ ରଘୁନାଥପାଲ୍ଲି ଥାନାରେ ପୋଲିସ ପକ୍ଷରୁ ପଚରାଉଚରା ଜାରି ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking