27.1 C
Bhubaneswar
Sunday, September 29, 2024
Homeଦେଶ ବିଦେଶଆସିଲା ଏକଜିଟ ପୋଲ: ଏନଡିଏ ହ୍ୟାଟ୍ରିକ ବିଜୟ ହାସଲ କରିବ

ଆସିଲା ଏକଜିଟ ପୋଲ: ଏନଡିଏ ହ୍ୟାଟ୍ରିକ ବିଜୟ ହାସଲ କରିବ

ନୂଆଦିଲ୍ଲୀ : ସରିଛି ୨୦୨୪ ଲୋକସଭା ନିର୍ବାଚନ। ଶନିବାର ସପ୍ତମ ପର୍ଯ୍ୟାୟ ମତଦାନ ସରିଛି। ତେବେ ମତଦାନ ସରିବା ପରେ ସଂଧ୍ୟାରେ ବଡ଼ ବଡ଼ ଏଜେନ୍ସି ଦ୍ୱାରା ଏକଜିଟ ପୋଲ ପ୍ରକାଶ ପାଇଛି। ତେବେ ଏହି ଏକଜିଟ ପୋଲର ପୂର୍ବାନୁମାନ ଅନୁଯାୟୀ, ଇଣ୍ଡିଆ ମେଣ୍ଟର କେତେକ ରାଜ୍ୟରେ ବଡ଼ ବାଜିମାତ ଦେଖିବାକୁ ମିଳିଛି।  ଦେଶରେ ୫୪୩ ଲୋକସଭା ଆସନ ଓ କିଛି ରାଜ୍ୟର ବିଧାନସଭା ଆସନ ପାଇଁ ଲୋକମାନେ ଦେଇଛନ୍ତି ଭୋଟ। ମୋଟ ୭ଟି ପର୍ଯ୍ୟାୟରେ ଭୋଟିଂ କରି ଦେଶର ଜନତା ଆସନ୍ତା ୫ ବର୍ଷ ପାଇଁ ନିଜର ସରକାରଙ୍କୁ ବାଛି ସାରିଛନ୍ତି। ୭ମ ପର୍ଯ୍ୟାୟ ଭୋଟିଂ ଶେଷ ହେବା ସହ ୮ ହଜାରରୁ ଅଧିକଙ୍କ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଯାଇଛି। ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ହୋଇଥିବା ବେଳେ ଆଜି ଜୁନ୍ ୧ ରେ ସପ୍ତମ ପର୍ଯ୍ୟାୟ ଭୋଟିଂ ଶେଷ ହୋଇଛି । ଭୋଟିଂ ଶେଷ ହୋଇଥିବା ବେଳେ ଆସନ୍ତା ୪ ତାରିଖରେ ଗଣତି ସହ ରେଜଲ୍ଟ ପ୍ରକାଶ ପାଇବ। ତେବେ ଭୋଟିଂ ଶେଷ ହେବା ମାତ୍ରେ ବିଭିନ୍ନ ନ୍ୟୁଜ ଏଜେନ୍ସି ପକ୍ଷରୁ କରାଯାଇଥିବା ବୁଥ ବାହୁଡ଼ା ମତ ବା ଏକଜିଟ ପୋଲ ରେଜଲ୍ଟ ସାମ୍ନାକୁ ଆସିଛି। ଅଧିକାଂଶ ଏକଜିଟ ପୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇତିହାସ ରଚିବାକୁ ଯାଉଥିବା ଆକଳନ କରିଛନ୍ତି। ଇଣ୍ଡିଆ ନ୍ୟୁଜ୍-ଡି ଡାଇନାମିକ୍ସର ଆକଳନ ଅନୁସାରେ ଲୋକସଭା ନିର୍ବାଚନରେ ଏନଡିଏକୁ ୩୭୧ଟି ଆସନ ମିଳିବାର ସମ୍ଭାବନା ଥିବାବେଳେ ଇଣ୍ଡିଆ ମେଣ୍ଟକୁ ୧୨୫ଟି ଆସନ ଜିତିବାର ସମ୍ଭାବନା ରହିଛି । ଅନ୍ୟମାନଙ୍କୁ ୪୭ଟି ଆସନ ଜିତିବାର ସମ୍ଭାବନା ରହିଛି । ଏହାର ଅର୍ଥ ବିଜେପି ନେତୃତ୍ୱାଧୀନ ଏନଡିଏ ହ୍ୟାଟ୍ରିକ ବିଜୟ ହାସଲ କରିବ ବୋଲି ଏକଜିଟ ପୋଲରୁ ସ୍ପଷ୍ଟ ହୋଇଛି।  ସେହିପରି କଂଗ୍ରେସ ସମେତ ଏକାଧିକ ବିରୋଧୀ ଦଳଗୁଡ଼ିକ ୨୦୧୯ ଅପେକ୍ଷା ଏଥର ଭଲ ପ୍ରଦର୍ଶନ କରିବେ। ୨୦୧୯ରେ କଂଗ୍ରେସ ମାତ୍ର ୫୨ଟି ଓ ୟୁପିଏ ୯୧ଟି ସିଟ ଜିତିଥିଲା। ହେଲେ ଏଥର ଇଣ୍ଡିଆ ମେଣ୍ଟ ୧୫୦ରୁ ଅଧିକ ଆସନ ଜିତିବାକୁ ଯାଉଥିବା ଏକଜିଟ ପୋଲରେ କୁହାଯାଇଛି। ଦେଶରେ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ହେଉଛି ୨୭୨।

ଇଣ୍ଡିଆ ଟୁଡେ-ଏକ୍ସିସ ମାଇ ଇଣ୍ଡିଆର ଏଗଜିଟ ପୋଲ ମୁତାବକ, ଏଥର ବିଜେପି ନେତୃତ୍ୱାଧିନ ବିଜେପିକୁ ତାମିଲନାଡ଼ୁରେ ୨୨ ପ୍ରତିଶତ ଭୋଟ ମିଳିପାରେ । ଏନଡିଏ ତାମିଲନଡ଼ୁର ମୋଟ ୩୯ଟି ଲୋକସଭା ଆସନ ମଧ୍ୟରୁ ୨-୪ଟି ଆସନ ମଧ୍ୟରେ ସୀମିତ ରହିବା ନେଇ ଅନୁମାନ କରାଯାଉଛି । ଅନ୍ୟପକ୍ଷରେ ରାଜ୍ୟରେ ଇଣ୍ଡିଆ ମହାମେଣ୍ଟକୁ ୪୬ ପ୍ରତିଶତ ଭୋଟ ମିଳିପାରେ । ଇଣ୍ଡିଆକୁ ୩୩-୭୭ଟି ଆସନ ଓ ଏଆଇଏଡିଏମକେକୁ ୦-୨ଟି ଆସନ ମିଳିପାରେ । ସୂଚନାଯୋଗ୍ୟ ଯେ, ଏଗଜିଟ ପୋଲର ତଥ୍ୟ ସବୁ ସମୟରେ ସଠିକ୍ ହୋଇନଥାଏ । ୨୦ ବର୍ଷ ପୂର୍ବେ ୨୦୦୪ ଲୋକସଭା ନିର୍ବାଚନକୁ ନେଇ ଆସିଥିବା ଏଗଜିଟ ପୋଲର ତଥ୍ୟ ସମ୍ପୂର୍ଣ୍ଣ ଭାବେ ଓଲଟପାଲଟ ହୋଇଯାଇଥିଲା । ବିଜେପି ନେତୃତ୍ୱରେ ଏନଡିଏ ସରକାର ଗଠନ କରିବ ବୋଲି ଏଗଜିଟ ପୋଲ ତଥ୍ୟ ଦେଇଥିବା ବେଳେ ଦଳ ମାତ୍ର ୧୮୯ଟି ସିଟରେ ସୀମିତ ରହିଯାଇଥିଲା । ଫଳରେ କଂଗ୍ରେସ ସବୁଠାରୁ ବଡ଼ ପାର୍ଟିର ମାନ୍ୟତା ହାସଲ କରିବା ସହ ୟୁପିଏ ସରକାର ଗଠନ କରିଥିଲା ।

  • ଜନ୍ କି ବାତ୍‌ର ତଥ୍ୟ ଅନୁଯାୟୀ ଏନଡିଏ ୩୬୨ରୁ ୩୯୨, ଇଣ୍ଡିଆ ୧୪୧-୧୬୧ ଓ ଅନ୍ୟାନ୍ୟ ଦଳ ୧୦-୨୦ ଆସନ ଜିତବେ।
  • ରିପବ୍ଲିକ୍ ଭାରତ-ପି ଏମଆରକ୍ୟୁର ଏକ୍ଜିଟ୍ ପୋଲ ତଥ୍ୟ ଅନୁଯାୟୀ ବିଜେପି ନେତୃତ୍ୱାଧୀନ ଏନଡିଏ ୩୫୯, କଂଗ୍ରେସ ବା ଇଣ୍ଡିଆ ମେଣ୍ଟ ୧୫୪ ଓ ଅନ୍ୟାନ୍ୟ ଦଳ ୩୦ଟି ଆସନ ଜିତିବେ।
  • ଇଣ୍ତିଆ ନ୍ୟୁଜ-ଡି ଡାଇନାମିକାର ଏକଜିଟ ପୋଲରେ କୁହାଯାଇଛି ଯେ ଏନଡିଏ ୩୭୧, ଇଣ୍ଡିଆ ୧୨୫ ଓ ଅନ୍ୟାନ୍ୟ ଦଳ ୪୭ଟି ଆସନରେ
  • ମାର୍ଟ୍ରିଜ୍ କହିଛି ଯେ ଏନଡିଏ ୩୫୩ରୁ ୩୬୮, ଇଣ୍ଡିଆ ୧୧୮ରୁ ୧୩୩ ଓ ଅନ୍ୟାନ୍ୟ ଦଳ ୪୩ରୁ ୪୮ ଆସନ ଜିତିବେ।
  • ଟିଭି ୫ ତେଲୁଗୁର ସର୍ଭେରୁ ଜଣାପଡ଼ିଛି ଯେ ଏନଡିଏ ୩୫୯, ଇଣ୍ଡିଆ ୧୫୪ ଓ ଅନ୍ୟାନ୍ୟ ଦଳ ୩୦ଟି ଆସନରେ ବାଜିମାତ କରିବେ।
  •  ଆମେ ପୁଲ ଅଫ ଏକଜିଟ ପୁଲ ଦେଖିବା ତା’ହେଲେ ବିଜେପି ୩୬୫, ଇଣ୍ତିଆ ୧୪୨ ଓ ଅନ୍ୟାନ୍ୟ ଦଳ ୩୬ଟି ଆସନ ଜିତିବେ।
    ୧୯ ଏପ୍ରିଲରୁ ୧ ଜୁନ୍ ପର୍ଯ୍ୟନ୍ତ ୭ ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହୋଇଥିଲା। ୫୪୩ ଟି ଆସନରେ ଅନୁଷ୍ଠିତ ଲୋକସଭା ନିର୍ବାଚନର ଫଳାଫଳ ଜୁନ୍ ୪ ରେ ଆସିବ।
  • ପ୍ରଥମ ପର୍ଯ୍ୟାୟ- ଏପ୍ରିଲ୍ ୧୯ ରେ ୨୧ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଟି ଆସନରେ ମତଦାନ
    ଦ୍ୱିତୀୟ ପର୍ଯ୍ୟାୟ- ୨୬ ଏପ୍ରିଲରେ ୧୩ ଟି ରାଜ୍ୟରେ ୮୮ ଟି ଆସନରେ ମତଦାନ ହୋଇଥିଲା। ମଧ୍ୟପ୍ରଦେଶର ବେତୁଲରେ ନିର୍ବାଚନ ତାରିଖ ମେ ୨ ୭ କୁ ପରିବର୍ତ୍ତନ କରାଯାଇଥିଲା।
  • ତୃତୀୟ ପର୍ଯ୍ୟାୟ- ମେ ୭ ରେ, ୧୨ ଟି ରାଜ୍ୟରେ ୯୩ ଟି ଆସନରେ ଭୋଟ୍ ଗ୍ରହଣ କରାଯାଇଥିଲା।
    ଚତୁର୍ଥ ପର୍ଯ୍ୟାୟ – ୧୩ ମଇରେ ୧୦ ଟି ରାଜ୍ୟରେ ୯୬ ଟି ଆସନରେ ମତଦାନ ହୋଇଥିଲା।
    ପଞ୍ଚମ ପର୍ଯ୍ୟାୟ – ୨୦ ମଇରେ ୮ ଟି ରାଜ୍ୟରେ ୪୯ ଟି ଆସନରେ ମତଦାନ ହୋଇଥିଲା।
    ଷଷ୍ଠ ପର୍ଯ୍ୟାୟ – ୨୫ ମଇରେ ୭ ଟି ରାଜ୍ୟରେ ୫୮ ଟି ଆସନରେ ମତଦାନ ହୋଇଥିଲା।
    ସପ୍ତମ ପର୍ଯ୍ୟାୟ- ଜୁନ୍ ୧ ରେ ୮ ଟି ରାଜ୍ୟରେ ୫୭ ଟି ଆସନରେ ମତଦାନ ହୋଇଥିଲା।
  • ଏକଜିଟ ପୋଲ ରାଜ୍ୟର ୨୧ଟି ଲୋକସଭା ଆସନରୁ ବିଜେପି ୧୫ ରୁ୧୮ ସିଟ୍‌ ଜିତିବ
  • ଭୁବନେଶ୍ୱର : ଦେଶରେ ଆଜି ଶେଷ ହୋଇଛି ନିର୍ବାଚନ। ଆଉ ତା’ ସହିତ ସାମ୍ନାକୁ ଆସିଛି ବିଭିନ୍ନ ଗଣମାଧ୍ୟମ ଓ ସର୍ଭେ ସଂସ୍ଥାର ଏକଜିଟ ପୋଲ ତଥ୍ୟ। ଏହି କ୍ରମରେ ଓଡ଼ିଶା ଲୋକସଭା ନିର୍ବାଚନକୁ ନେଇ ଇଣ୍ଡିଆ ଟିଭିର ଏକଜିଟ ପୋଲ୍ ତଥ୍ୟ କହୁଛି ରାଜ୍ୟରେ ବାଜି ମାରିବ ବିଜେପି। ଏହାର ଆକଳନ ଅନୁଯାୟୀ ରାଜ୍ୟର ୨୧ଟି ଲୋକସଭା ଆସନରୁ ବିଜେପି ୧୫ ରୁ୧୭ଟି ଜିତିବ। ବିଜେଡିକୁ ମିଳିବ ମାତ୍ର ୪ରୁ ୬ଟି ଆସନ। ସେହିପରି କଂଗ୍ରେସକୁ ୦-୧ ଆସନ ମିଳିବ।
  • ଓଡ଼ିଶା ଲୋକସଭା ଆସନ ନେଇ ଇଣ୍ଡିଆ ନ୍ୟୁଜ୍‌ର ପୂର୍ବାନୁମାନ : ବିଜେପିକୁ ୧୩ ଲୋକସଭା ସିଟ୍‌, ବିଜେଡି – ୮ ଓ କଂଗ୍ରେସ-୦ ଆସନ ମିଳିବ ।
  • ଓଡ଼ିଶା ଲୋକସଭା ଆସନ ନେଇ ଜନ୍‌କି ବାତ୍‌ର ପୂର୍ବାନୁମାନ: ବିଜେପିକୁ ୧୫ରୁ ୧୮ ସିଟ୍ , ବିଜେଡି ୩ରୁ ୭ ସିଟ୍ ଓ କଂଗ୍ରେସକୁ କୌଣସି ସିଟ୍ ନ ମିଳିପାରେ ।
  • ଓଡ଼ିଶା ଲୋକସଭା ଆସନ ନେଇ ଇଣ୍ଡିଆ ଟିଭିର ପୂର୍ବାନୁମାନ : ବିଜେପିକୁୂ ୧୫ ରୁ ୧୭ ସିଟ୍‌, ବିଜେଡି ୪ରୁ ୬ ସିଟ୍ ଓ କଂଗ୍ରେସକୁ ୦ରୁ ୧ ସିଟ୍ ମିଳିପାରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking