ନୂଆଦିଲ୍ଲୀ : ଆଜି ଗୁଜରାଟରେ ୨ୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ୨ୟ ପର୍ଯ୍ୟାୟରେ ଗୁଜରାଟରେ ସଂଧ୍ୟା ୫ଟା ସୁଦ୍ଧା ୫୬ ପ୍ରତିଶତ ଭୋଟଦାନ ହୋଇଥିବା ଜଣାପଡ଼ିଛି । ଭୋଟଗ୍ରହଣ ଶେଷ ହେବା ପରେ ବିଭିନ୍ନ ସର୍ଭେ ସଂସ୍ଥା ଦ୍ବାରା କରାଯାଇଥିବା ଏକଜିଟ୍ ପୋଲ ରିପୋର୍ଟ ଆସିବାରେ ଲାଗିଛି । ନ୍ୟୁଜ୍ ଏକ୍ସର ପୂର୍ବାନୁମାନ ଅନୁସାରେ ଗୁଜରାଟରେ ବିଜେପିକୁ ୧୧୭ରୁ ୧୪୦ଟି ଆସନ ମିଳିବାର ସମ୍ଭାବନା ରହିଥିବାବେଳେ କଂଗ୍ରେସକୁ ୩୪ରୁ ୫୧ଟି ଓ ଆପକୁ ୬-୧୩ଟି ଆସନ ମିଳିବାର ସମ୍ଭାବନା ରହିଛି ।
ଟିଭି-୯ର ପୂର୍ବାନୁମାନ ଅନୁସାରେ ବିଜେପିକୁ ୧୨୫ରୁ ୧୩୦ଟି ଆସନ ମିଳିବାର ସମ୍ଭାବନା ରହିଥିବାବେଳେ କଂଗ୍ରେସକୁ ୪୦ରୁ ୫୦ଟି ଓ ଆପକୁ ୩ରୁ ୫ଟି ଆସନ ମିଳିବାର ସମ୍ଭାବନା ରହିଛି । ସେହିପରି ରିପବ୍ଲିକର ରିପୋର୍ଟ ଅନୁସାରେ ହିମାଚଳ ପ୍ରଦେଶରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ପ୍ରତିଯୋଗିତା ହେବାର ସମ୍ଭାବନା ରହିଛି । ବିଜେପିକୁ ୩୪ର ୩୯ଟି ଓ କଂଗ୍ରେସକୁ ୨୮ରୁ ୩୩ଟି ଆସନ ମିଳିବାର ସମ୍ଭାବନା ରହିଛି । ଜିନ୍ୟୁଜର ରିପୋର୍ଟ ଅନୁସାରେ ହିମାଚଳରେ ବିଜେପିକୁ ୪୪ଟି ଓ କଂଗ୍ରେସକୁ ୨୧ଟି ଆସନ ମିଳିବାର ସମ୍ଭାବନା ରହିଛି ।