ଭୁବନେଶ୍ୱର : ରାଜ୍ୟରେ ଲାଗୁହେବ ଡିଜିଟାଲ ହେଲ୍ଥ ମିଶନ । ଖୁବଶୀଘ୍ର ଡିଜିଟାଲ ହେଲ୍ଥ ମିଶନ ଲାଗୁ ହେବ । ଗୋଟିଏ ଆକାଉଣ୍ଡରେ ରହିବ ରୋଗୀଙ୍କ ରୋଗର ତଥ୍ୟ । ମାଳମାଳ ପ୍ରେସକ୍ରିପସନ ଧରି ରୋଗୀ ଆଉ ବୁଲିବେନି । କାର୍ଡ ନାଁ ରହିବ ଆୟୁଷ୍ମାନ ଭାରତ ହେଲ୍ଥ ଆକାଉଣ୍ଟ । କ୍ୟୁଆର କାର୍ଡ ସ୍କାନ କଲେ ମିଳିବ ରୋଗର ତଥ୍ୟ । ଏନେଇ ସୂଚନା ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।